ମୁଞ୍ଜ
ଦେଖଣା
ମୁଞ୍ଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୂଞ୍ଜ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଏକପ୍ରକାର ତୃଣ; କାଇଁଶ ତୃଣ —୧. A kind of grass from which a newly initiated Brahman boy's girdle is spun. Sacharum Mconja; Sacharum Varciliaris.
[ଦ୍ରଷ୍ଟବ୍ୟ —ମୁଞ୍ଜ ତୃଣ ଦୁଇ ପ୍ରକାର—ମୁଞ୍ଜ ଓ ଭଦ୍ର ମୁଞ୍ଜ ବୈଦ୍ୟକ ଶାସ୍ତ୍ର ମତରେ ଏହା ମଧୁର କଷାୟ, ଶୀତବୀର୍ଯ୍ୟ ଓ ଦାହ, ତୃଷ୍ଣା, ବିସର୍ପ, ଆମ, ମୂତ୍ର— କୃଚ୍ଛ୍ର, ନେତ୍ର ରୋଗ ଓ ତ୍ରକୋଷ ନାଶକ ଏବଂ ଶୁକ୍ରବଦ୍ଧକ ଏଥିରେ ଦ୍ୱିଜ ବାଳକଙ୍କ ଉପସୟନ ବେଳେ ପରିଧେୟ ମେଖଳା ତିଆରି ହୁଏ ବୁଦା ବୁଦା ହୋଇ ଉଠେ; ଏଥିରୁ ଡାଳ ବାହାରେ ନାହିଁ ମୂଳରୁ ଏହାର ସରୁ ଲମ୍ୱ ପତ୍ରମାନ ଘନ ଭାବରେ ବାହାରେ ପତ୍ର ମଝିରେ ଗୋଟିଏ ଟାଣୁଆ ତନ୍ତୁ ଥାଏ ବୁଦାର ମଝିରୁ ଗୋଟିଏ ଲମ୍ୱ କାଣ୍ଡ ବାହାରେ ଓ କାଣ୍ଡର ଅଗରେ ଈଷତ୍ ଧଳା ଫୁଲ ଫୁଟେ ଏ କାଣ୍ଡର ଛାଲ ଖୁବ ଚିକ୍କଣ ଓ ତୋଫା ହୁଏ କାଣ୍ଡର ଛାଲରୁ ସୁନ୍ଦର ଡାଲା ଓ ଭୋଗଇ ଆଦି ବୁଣାଯାଏ]
- ୨. ଶରତୃଣ —୨. A kind of reed grass.
- ୩. ଯଜ୍ଞୋପବୀତ; ପଇତା —୩. A Brāhmaṇa's sacred thread.
- ୪. ଶର; ବାଣ — ୪. Arrow.
- ୫. (ନାମ) ମାଳବ ଦେଶର ନୃପତି ରାଜା ହର୍ଷଦେବଙ୍କ ପୁତ୍ର —୫. Name of an ancient prince of the Māḻaba country.