Jump to content

ମୁଢ଼ି

ଉଇକିଅଭିଧାନ‌ରୁ

ମୁଢ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୃଷ୍ଟ)

[ସମ୍ପାଦନା]

ଭୃଷ୍ଟ ତଣ୍ଡୁଳ — Fried ruice; parched rice.

[ଦ୍ରଷ୍ଟବ୍ୟ —ଧାନକୁ ପାଣିରେ ଏକ ରାତି ବତୁରାଇ ରଖି ତହିଁ ଆର ଦିନ ଉକ୍ତ ଧାନକୁ ଅର୍ଦ୍ଧ ସିଦ୍ଧ ହେବା ପର୍ଯ୍ୟନ୍ତ ଉଷାଇଁବାକୁ ହୁଏ; ତା ପରେ ଉକ୍ତ ଉଷୁଆଁ ଧାନକୁ ଶୁଖାଇ କୁଟି କରି ଚାଉଳ କରା ଯାଏ ମୁଢ଼ି ଭାଜିବା ପୂର୍ବରୁ ଉକ୍ତ ଚାଉଳକୁ ହାଣ୍ଡିରେ ନିଆଁ ଉପରେ ବସାଇ ସେଥିରେ ସାମାନ୍ୟ ଲୁଣ ପାଣି ଛୢଞ୍ଚି ଚଉଡ଼ାମୁହିଁ ଚଟୁଦ୍ୱାରା ଉକ୍ତ ଚାଉଳକୁ ନିଆଁ ଉପରେ ଉବୁଝାଇବାକୁ ହୁଏ ଓ ସେହି

ଉବୁଝା ଚାଉଳ ନିର୍ଜଳ ହେଲାରୁ ତାକୁ ବାଲି ଥିବା ହାଣ୍ଡିରେ ଭାଜିଲେ ମୁଡ଼ି ତିଆରି ହୁଏ 

ସାଧାରଣ ଚାଉଳକୁ ଭାଜିଲେ ଉକ୍ତ 'ଚାଉଳ ଭଜା' ମୂଢ଼ିଠାରୁ ଆକାରରେ ଛୋଟ ଓ ଟାଣୁଆ ହୁଏ କିନ୍ତୁ ମୂଢ଼ିଚାଉଳକୁ ଭାଜିଲେ ଯେଉଁ ମୂଢୀ ହୁଏ ତାହା ଚାଉଳ ଭଜା ଠାରୁ ଫୁଲୁକା ଓ ହାଲୁକା ହୁଏ; ମୁଢ଼ି ଲଘୁପାଚ୍ୟ ଅଟେ ମୁଢ଼ି ବତୁରା ପାଣିକୁ ବୈଦ୍ୟମାନେ ହିକ୍ୱା ରୋଗୀକୁ ପାନ କରିବା ବ୍ୟବସ୍ଥା କରନ୍ତି ]