ମୁଣ୍ଡଗଡ଼େଇବା
ଦେଖଣା
ମୁଣ୍ଡଗଡ଼େଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୁଣ୍ଡଗଡ଼େଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଆପଣାର ମସ୍ତକକୁ ଭୂମିରେ ଲୁଣ୍ଠିତ କରିବା —୧. To roll one's headon the ground.
[ଦ୍ରଷ୍ଟବ୍ୟ —କେଳାମାନେ ଭିକ୍ଷା କରିବାବେଳେ ଦାତାମାନଙ୍କ ମନରେ ଦୟାର ଉଦ୍ରେକ କରାଇବା ପାଇଁ ଭୂଇଁରେ ମୁଣ୍ଡକୁ ବିଲୁଣ୍ଠିତ କରନ୍ତି ଏଥିପାଇଁ ଏ ବାକ୍ୟ ଲକ୍ଷଣାର୍ଥରେ ବ୍ୟବହୃତ ହୁଏ ]
- ୨. (ଲକ୍ଷଣାର୍ଥ) ଆପଣାର ନିର୍ଦ୍ଧନତ୍ୱ ପ୍ରକାଶ କରିବା ଓ ଅର୍ଥ ବ୍ୟୟ କରିବାକୁ ଅକ୍ଷମ ଥିବା ପ୍ରକାଶ କରିବା —୨. (figurative) To express before others that one is very poor and so is unable to pay any money.
(ଯଥା—'ଆମେ ଜୁବିଲୀ ଚାନ୍ଦା ମାଗିବାକୁ ଆସିଛୁଁ, ଆପଣ ମୁଣ୍ଡ ଗଡ଼ାଇଲେ ଆମେ ଛାଡ଼ିବୁଁ ନାହିଁ)
- ୩. ମୁଣ୍ଡରେ ଥିବା ଲମ୍ୱ ବାଳରେ ତେଲ ନ ଲଗାଇ ତାକୁ ଲୁଖୁରା ରଖିବା —୩. To Keep one's hair of the head unoiled for some time.