ମୁଦା
ଦେଖଣା
ମୁଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁଦ୍ ଧାତୁ+ଭାବ. କ୍ୱିପ୍+ଆ)
[ସମ୍ପାଦନା]ହର୍ଷ; ପ୍ରିତୀ — Joy; delight,
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଦ୍ରଣ)
[ସମ୍ପାଦନା]- ୧. ମୋହର ମାରିବା —୧. Act of sealing or stamping.
- ୨. ଗୁଳା; ଗୋଳକ —୨. Ball.
(ଉ—ଚନ୍ଦନ ମୁଦା କାହା କରେ ଶୋହେ, ବିବିଧ ବନ୍ଧେ କୃଷ୍ଣ ମନ ମୋହେ—ପ୍ରାଚୀ. ରହସ୍ୟମଞ୍ଜରୀ)
- ୩. ଡିବା; କରାଟ —୩. Case.
- ୪. ମୁଦିବା କର୍ମ — ୪. Closing
- ୫. ହାତ ମୁଠାରେ ଲୁଚାଇ ରଖିଥିବା ପଦାର୍ଥ, ଯାହା ସମ୍ୱନ୍ଧରେ ଲୋକେ କାଳିସୀ ଲାଗିଥିବା ବ୍ୟକ୍ତିକୁ ବା ସର୍ବଜ୍ଞକୁ ପରୀକ୍ଷା କରିବା ପାଇଁ ପ୍ରଶ୍ନ କରନ୍ତି —୫. A small thing concealed in the hollow of the hand regarding which questions are asked to a person possessed by a Goddess to find out if the allged possession
is reral or feigned.
ଅନୁବାଦ
[ସମ୍ପାଦନା]ମୁଦା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମଦ୍ରିତ —୧. Closed; shut up.
(ଉ—ବରଷେ ଥାଇ ମୁଦା ହୋଇ, ସ୍ନାହାନ ସାରି ଭାବଗ୍ରାହୀ ଯଶୋବନ୍ତ. ପ୍ରେମଭକ୍ତି ଗୀତା)
- ୨. ମୁଦ୍ରାକାରରେ ଗଠିତ; ଗୋଲ —୨. Made in the shape of coins; circular.
(ଯଥା—ମୁଦା ତେନ୍ତୁଳି)
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ପୋଷା ମାଙ୍କଡ଼ ଆଗରେ ରଖାଯିବା ଗୋଡ଼ିମାନ —Peebles put before a trained monkey.
[ଦ୍ରଷ୍ଟବ୍ୟ —ଫକୀରମାନେ ଯେଉଁ ପୋଷାମାଙ୍କଡ଼ଙ୍କୁ ନଚାନ୍ତି, ସେହି ମାକଡ଼— ମାନେ ଭବିଷ୍ୟତ କଥା ଜାଣନ୍ତି ବୋଲି ସାଧାରଣ ଲୋକଙ୍କର ବିଶ୍ୱାସ ଭବିଷ୍ୟତ କଥା ଜାଣିବା ପାଇଁ ଦୁଇଖଣ୍ଡି ଗୋଡ଼ି ରଖିଲେ ମାକଡ଼ ତନ୍ମଧ୍ୟରୁ ଯେଉଁଟି ଉଠାଇ ନେବ, ତଦୁନାସାରେ ଫଳ ହେବ ସେହି ଗୋଡ଼ିମାନଙ୍କୁ ମୁଦା କୁହାଯାଏ]