Jump to content

ମୁଦିବା

ଉଇକିଅଭିଧାନ‌ରୁ

ମୁଦିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଦ୍ରା ଧାତୁ)

[ସମ୍ପାଦନା]
୧. ମୁଦ୍ରିତ କରିବା —୧. To close; to shut up.

(ଉ—କାଳେ ଅବଳା ନେତ୍ର ମୁଦିବ ଡରି ରାଧାନାଥ. ମେଘଦୂତ)

୨. ଘୋଡ଼ାଇବା; ଆବୃତ କରିବା; ଆବରଣ ମଧ୍ୟରେ ରଖିବା —୨. To shut; to cover.

(ଉ—ବାହାରକୁ ଆଣି ନାବ ପେଡ଼ାରେ ମୁଦିଲା ଭଞ୍ଜ, ବୈଦେହୀଶବିଳାସ)

୩. ଛିଦ୍ର ବୁଜିବା —୩. To close up a hole.

(ଉ—ଛିଦ୍ର ମୁଦିଲେହେଁ ତା ଶୁଣି ଭୂପତି. ପ୍ରେମପଞ୍ଚାମୃତ)

୪. ସଂସ୍କୃତ - ମୁଦ୍ ଧାତୁ) ତୋଷିବା —୪. To please; to gratify.

(ଉ—ଚନ୍ଦ୍ରକକୁମୁଦେ, ଦୂରତେ ମୁଦେ, ପତର ମୁଦେ ମୋତେ; ଦେଇ ହରଷ, କରିବା ରସ, ନାହିଁ ରରଷ ଅନ୍ତେ ଭଞ୍ଜ ପ୍ରେମସୁଧାନିଧି)

୫. ବନ୍ଦ କରିବା; ବନ୍ଦ କରିବା — ୫. To imprison.

(ଉ—ବନ୍ଦୀ କାରାପୁରେ ମୁଦିଲା ପ୍ରକାରେ ବସାଇ ସ୍ୟନ୍ଦନେ ଭଞ୍ଜ. ବୈଦେହୀଶବିଳାସ)