ମୁଦ୍ଗାର୍ଦ ବଟକ
ଦେଖଣା
ମୁଦ୍ଗାର୍ଦ ବଟକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଅଦା ମିଶ୍ରିତ ଏକପ୍ରକାର ମୂଗ ବଡ଼ା ବା ବଟା ମୁଗର ପିଠା — A pastry cake made of muga flavoured with ginger; gingerbread of Muga.
[ଦ୍ରଷ୍ଟବ୍ୟ —ମୂଗ ଜାଇକୁ ବାଟି ତହିଁରେ ବଡ଼ା ତିଆରି କରି ତେଲରେ ବା ଘିଅରେ ଭାଜିବ ପରେ ଏହାକୁ ଚୂନା କରି ଏଥୁ ସଙ୍ଗେ ହେଙ୍ଗୁ, ଅଦା, ଛୋଟ ଅଳେଇଚ, ମରିଚ ଓ ଜୀରାଭଜା, ଜୁଆଣି ଓ ଲେମ୍ୱୁ ରସ ମିଶାଇ ରଖିବା ପରେ ମୂଗର ଡାଇକୁ ବାଟି ଅଥାରରେ ସିଝାଇ ଖଳି ପ୍ରସ୍ତୁତ କରିବ ଉକ୍ତ ଖଳକୁ ମଣ୍ଡା ପରି କକରି ତହିଁ ମଧ୍ୟରେ ପ୍ରଥମୋକ୍ତ ଚୂର୍ଣ୍ଣକୁ ପୂର ଦେଇ ତେଲରେ ବା ଘିଅରେ ଭାଜିବା ଭାଜି ସାରି ଉକ୍ତ ମଣ୍ଡାମାନଙ୍କୁ ହଳଦି, ହେଙ୍ଗୁ ଓ ମରିଚ ମିଶାଯାଇ ପାକ କରାଯାଏ ଥିବା ଦହି (କ୍ୱଥିତା)ରେ ବୁଡାଇ ରଖିବା ଏହି ଦହିବତୁରା ବଡ଼ାକୁ ମୁଦ୍ଗାଦ୍ର ବଟକ ବୋଲାଯାଏ ବୈଦ୍ୟକ ମତରେ ଏହା ରୁଚିକର ଲଘୂ, ବଳକର, ଅଗ୍ନି ପ୍ରଦୀପକ, ତୃପ୍ତିଜନକ, ପଥ୍ୟ ଓ କ୍ରିଦୋଷନାଶକ—ନଗେନ୍ଦ୍ର ନାଥ ବଙ୍ଗଳା ବିଶ୍ୱକୋଷ ୧ମ ସଂସ୍କରଣରେ ଉଦ୍ଧୃତ ଭାବପ୍ରକାଶ ପୂର୍ବଖଣ୍ଡ ]