Jump to content

ମୁନି

ଉଇକିଅଭିଧାନ‌ରୁ

ମୁନି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ମନ୍ ଧାତୁ=ଜାଣିବା=କର୍ତ୍ତ. ଇ; ନିପାତନ; ଯେ ବିଶିଷ୍ଟ ଜ୍ଞାନଯୁକ୍ତ)

[ସମ୍ପାଦନା]
୧. ତପସ୍ୱୀ; ଋଷି; ତପୋନିରତ ବ୍ୟକ୍ତି — ୧. An ascetic; a devotee; a person practising religious penance
୨. ବାକ୍ସଂଯମ ବ୍ରତ ଧାରୀ ବ୍ୟକ୍ତି; ମୌନବ୍ରତଧାରୀ ବ୍ୟକ୍ତି —୨. A sage who has taken a vow of silence.
୩. ତ୍ରିକାଳଜ୍ଞ ବ୍ୟକ୍ତି —୩. A seer.
୪. ମହାଜ୍ଞାନୀବ୍ୟକ୍ତି; ପଣ୍ଡିତ —୪. A very wish person.

[ଦ୍ରଷ୍ଟବ୍ୟ —ଯେ ସୁଖରେ ବିଗତସ୍ପୃହ, ଦୁଃଖରେ ଅନୁବ୍ଦିଗ୍ନମନାଃ, ରାଗ ଭୟ କ୍ରୋଧ ଦ୍ୱେଷାଦି ଚର୍ଜିତ, ସ୍ଥିରଧୀ, ସତ୍ୟବାଦୀ ଓ ଜିତେନ୍ଦ୍ରିୟ (ମତାନ୍ତରରେ ମୌନବ୍ରତଧାରୀ) ସେ ମୁନିପଦ ବାଚ୍ୟ— ଭଗବଦ୍ଗୀତା, ୨ ଅ, ୫୬: ଶ୍ଳୋକ]

୫. ଅର୍ହତ ବା ଜୈନ ଗୁରୁ; ଜିନ (ମେଦିନୀ) —୫. A deified J&aline;i̱na teacher or saint.
୬. ପଳାଶା ବୃକ୍ଷ —୬. Brutea Frondosa tree.
୭. ବଙ୍ଗସେନା ବା ଅଗସ୍ତି ଗଛ —୭. Sesbania Grandiflora tree.
୮. ଦମନକ ବୃକ୍ଷ —୮. Artemisa Scoparia plant.
୯. ମହଷ ଅଗସ୍ତ୍ୟ — ୯. Sage Agastya.
୧. ପିଆଳ ବୃକ୍ଷ — ୧୦. The name of a tree Buchananea Latifolia.
୧୧. ସପ୍ତ ସଂଖ୍ୟା ଓ କଶ୍ୟପ ପତ୍ନୀଙ୍କ ମଧ୍ୟରୁ ଜଣେ (ମହାଭାରତ) —୧୨. One of the daughters of Daksha and wives of Kaṡyāpa.
୧୩. ଅପ ନାମକ ବସୁଙ୍କ ପୁତ୍ର (ହରିବଂଶ) ୧୩. The son of the Basu Deity Apa
୧୪. ଭରତ ଋଷି —୧୪. Sage Bharatā

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ମନନଯୁକ୍ତ; ଗଭୀର ଚିନ୍ତାଶୀଳ — ୧. Contemplative
୨. ଜ୍ଞାନୀ —୨. Wise.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚୁପ୍ ଶଇତାନ; ପ୍ରକୃତରେ ସବୁ କଥା ଜାଣି କିଛି ନ ଜାଣିବା ପରି ତୁନି ହୋଇ ରହିବା ବ୍ୟକ୍ତି —A person who affects the demeanour of a sage by keeping silent
on matters of which he is cognisant.
୨. ଶିବପୂଜକ ଶୂଦ୍ର ଜାତି ବିଶେଷ —୨. A class of Ṡūdras who serve the idols of Ṡiba

===ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ନ ସ୍ଥାନରେ ଣ ଉଚ୍ଚାରଣ)

ମୁଣି —A bag.

ଦେଶଜ - ବିଶେଷଣ -

[ସମ୍ପାଦନା]

ମୌନୀ —Silent.



ମୁନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ମ. ପ. ଲୋ)

[ସମ୍ପାଦନା]

ଯେଉଁ ବନରେ ବହୁ ମୁନି ବବାସ କରନ୍ତି (ବିଶ୍ୱକୋଷ) —A forest where many sages have taken up their residence, a forest full of hermitaged.