ମୁର
ଦେଖଣା
ମୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ମୁର ଧାତୁ+ ଭାବ. ଅ)—ବେଷ୍ଟନ — ୧. Surrounding.
- ୨. କ୍ଳେଶ; ସନ୍ତାପ (ବ୍ରହ୍ମବୈବର୍ତ୍ତ ପୁରାଣ) —୨. Trouble.
- ୩. (+କର୍ତ୍ତୃ. ଅ) ଦୈତ୍ୟ ବିଶେଷ; ୩. Name of a demon killed by Bishṇu in one of his incarnations.
[ଦ୍ରଷ୍ଟବ୍ୟ —ଏହାକୁ ବିଷ୍ଣୁ ନୃସିଂହ ଅବତାରରେ ବଧ କରିଥିଲେ]
[ଦ୍ରଷ୍ଟବ୍ୟ —ସାଧାରଣତଃ ଆମ୍ଭେମାନେ ବିଷ୍ଣୁଙ୍କର ଯେଉଁ ଦଶ ଅବତାର କଥା କହିଥାଉଁ ସେଥିରେ ପଞ୍ଚମ ବା ନୃସିଂହ ଅବତାରରେ ବିଷ୍ଣୁ ହିରଣ୍ୟକଶିପୁକୁ ବଧ କରିଥିଲେ କିନ୍ତୁ ଓଡ଼ିଆ ନୃସିଂହ ପୁରାଣ ନାମକକ ଗ୍ରନ୍ଥରେ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରି ବିଷ୍ଣୁବଲ୍ଲଭ ନାମକ ବ୍ରାହ୍ମଣ ରାଜାଙ୍କ ପୁତ୍ରରୂପେ ଜନ୍ମି ବ୍ରହ୍ମାଙ୍କ ଔରସରୁ ଅପ୍ସରା ଗର୍ଭଜାତ ମୁର ନାମ ଅସୁରକୁ ବଧ କରିଥିବା ଲେଖା— ଅଛି ବାମନ ପୁରାଣ ୫୩୫୮: ଅଧ୍ୟାୟରେ ବିଷ୍ଣୁଙ୍କର ମୁର ନାମକକ ଦୈତ୍ୟକୁ ବଧ କରିଥିବା ବିଷୟ ଲେଖା ଅଛି ବ୍ରହ୍ମବୈବର୍ତ୍ତ ପୁରାଣ କୃଷ୍ଣଜନ୍ମଖଣ୍ଡ ୧୧ଶ ଅଧ୍ୟାୟରେ ଲେଖାଅଛି ଯେ ମୁର ଶବ୍ଦର ଅର୍ଥ କ୍ଳେଶ, ସନ୍ତାପ କର୍ମିଗଣଙ୍କ କର୍ମଭୋଗ ଓ ଦୈତ୍ୟବିଶେଷ ଭଗବାନ ବିଷ୍ଣୁ ଏହି ସକଳର ବିନାଶକର୍ତ୍ତା ଥିବାରୁ ତାଙ୍କ ନାମ ମୁରାରି (ବିଶ୍ୱକୋଷ) ଏହି ଅବତାରରେ ଅନନ୍ତ— ରୂପରେ ଜନ୍ମିଥିବା ବିଷ୍ଣୁଙ୍କ ଭାଇ ମୁରର ଭାଇ ଦାରୁଣକୁ ବଧ କରଥିଲେ]