Jump to content

ମୁରୁଗା

ଉଇକିଅଭିଧାନ‌ରୁ

ମୁରୁଗା

ଉଚ୍ଚାରଣ

[ସମ୍ପାଦନା]

(ମୁର୍ଗା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂର୍ବା; ମgରଙ୍ଗିକା)

[ସମ୍ପାଦନା]
୧. ବନ୍ୟ ଗୁଳ୍ମବିଶେଷ — ୧. Bowstring hemp; Sansevieria Zeylancai, Sansevieria Roxburghiana.

[ଦ୍ରଷ୍ଟବ୍ୟ —ପ୍ରାୟ ଛାୟାବୃତ ସ୍ଥାନରେ ଏହା ଜନ୍ମିଥାଏ ଓ ବହୁସ୍ଥାନ ମାଡ଼େ; ପତ୍ର ସରୁ ଓ ଖଣ୍ଡା ପରି ଫୁଲ ବଡ଼ ବଡ଼ ଓ ଡ଼େମ୍ଫର ଅଗରେ ଧରେ ଏହାର ପତ୍ରର ଅଂଶୁ ବା ପାରୁ ଝୋଟ ପରି ପୂର୍ବେ ଏହାଦ୍ୱାରା କ୍ଷତ୍ରିୟଙ୍କର କଟିସୂତ୍ର ତିଆରି ହେଉଥୁଲା ଏବଂ ଏବେ ଧନୁର ଗୁଣ ଆଦି ତିଆରି ହେଉଅଛି ଏହାର ମୂଳ ଔଷଧରେ ଲାଗେ ବୈଦ୍ୟକ ଅନୁସାରେ ଏହା ସାରକ, ଗୁରୁ ଓ ମଧୁରତିକ୍ତରସ; ପିତ୍ତ, ରକ୍ତ, ପ୍ରମେହ, ତ୍ରିଦୋଷ, ତୃଷ୍ଣା, ହୃଦ୍ରୋଗ, କଣ୍ଡୁ, କୁଷ୍ଠ ଓ ଜ୍ୱରନାଶକ]

୨. (ସଂସ୍କୃତ - ମୟୁରଶିଖା; ଫା, ମୁର୍ଗା) କୁକୁଡ଼ାଜଟ ଫୁଲ; ପୁଷ୍ପଶାକ— ବିଶେଷ; ଇଶ ରଜଟା ଫୁଲ ଓ ଗଛ—ଈଶରଜଟା (ଦେଖ) - ୨. Cockscomb Celosia Cristats.

[ଦ୍ରଷ୍ଟବ୍ୟ — ଏହା ଦେଖିବାକୁ ନାଲି ଖଡ଼ାଗଛ ପରି ଏହାର ପୁଷ୍ପମଞ୍ଜରୀ

ଚେପ୍ଟା ଓ କୁକୁଡ଼ାମୁଣ୍ଡ ଉପରେ ଥିବା ଚୁଳ ପରି ଦେଖାଯାଏ ଏହା ନାଲି ଓ ଧଳା ଭେଦରେ ଦୁଇ ପ୍ରକାର ଶୀତକାଳରେ ସାଧାରଣତଃ ଏ ଫୁଲ ଫୁଟେ] 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବାରବରଷିଆ ଗଛ —Agave.

[ଦ୍ରଷ୍ଟବ୍ୟ —ପଣ୍ଡିତ କୁଳମଣି ଦାଶ ଉ. ସା. ୩୨୧୧:ରେ ବାରବରଷିଆ ଗଛର ସଂସ୍କୃତ ନାମ 'ମୂର୍ବା' ବୋଲି ଲେଖି ଅଛନ୍ତି; କିନ୍ତୁ ଏହା ଠିକ୍ ନୁହେଁ]