ମୁରୁଗୃଣୀ ସ୍ତୁତି
ମୁରୁଗୃଣୀ ସ୍ତୁତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
(ମୁର୍ଗୁଣୀ ତୁସ୍ତି[ସ୍ତୁତି]—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ମୃଗୀ ଓ ସ୍ତୁତି)
[ସମ୍ପାଦନା]କବି ବଳରାମ ଦାଶଙ୍କ ରଚିତ ବିପନ୍ନ ମୃଗୀର ଉପାଖ୍ୟାନ ସମ୍ୱଳିତ କବିତା —A poem in Oriya by Baḻarāma Dāṡa describing the rescue of a she-deer, when beset with danger on all sides, by the Gace of God whom she prayed fevently.
[ଦ୍ରଷ୍ଟବ୍ୟ — ଏହା ବିଷ୍ଣୁପୁରାଣୋକ୍ତ ଗୋଟିଏ ଆଖ୍ୟାୟିକା ଅବଲମ୍ୱନରେ ରଚିତ ଗୋଟିଏ ଆସନ୍ନପ୍ରସବା ମୃଗୀ ତାହାର ଦୁଇଟି ଶିଶୁକୁ ନେଇ ବଣରେ ଯାଉଥିବା ସମୟରେ ତାକୁ ବ୍ୟାଧ ମାରିବାକୁ ବସିଲା ଏକ ଦିଗରେ ଜାଲ ଘେରାଇଲା, ଏକ ଦିଗରେ କୁକୁର ଜଗାଇଲା, ଅନ୍ୟ ଏକ ଦିଗରେ ନିଆଁ ଲଗାଇଲା ଏବଂ ନିଜେ ଆଉ ଏ ଦିଗରେ ଧନୁ ଧରି ଜଗିଲା ଏହା ଦେଖି ମୃଗୀ କିଂକର୍ତ୍ତବ୍ୟବିମୂଢ଼ା ହୋଇ ଆର୍ତ୍ତ୍ରତ୍ରାଣ ଭଗବାନଙ୍କୁ ଡ଼ାକ ଛାଡ଼ିଲା ଭଗବାନ୍ ସେ ସମୟରେ ଲକ୍ଷ୍ମୀଙ୍କ ସହିତ ବୈକୁଣ୍ଠପୁରରେ ପଶାଖେଳରେ ମାତିଥିଲେ, କିନ୍ତୁ ବହୁଦୂରସ୍ଥ ମର୍ତ୍ତ୍ୟରେ ହରିଣୀରେ ବିକଳ ଡ଼ାକ ତାଙ୍କ କାନରେ ବାଜିବାରୁ ସେ ସୁଦର୍ଶନ ଚକ୍ରକୁ ବାର ସାହାର୍ଯ୍ୟାର୍ଥ ପଠାଇ ଦେଲେ ଭଗବାନଙ୍କ ଦୟାରୁ ହଠାତ୍ ବର୍ଷା ହୋଇ ବଣରୁ ନିଆଁ ନିଭିଗଲା, ତୋଫାନରେ ଜାଲ ଛିଣ୍ଡିଗଲା, ସାପଟିଏ ବାହାରି କୁକୁରକୁ ଦଂଶନ କଲା ଓ ବଜ୍ରାଘାତରେ ସ୍ୱୟଂ ବ୍ୟାଧ ପ୍ରାଣ ହରାଇଲା ଏହି ପ୍ରକାରେ ଭଗବାନଙ୍କ ଅପାର କରୁଣାରୁ ହରିଣୀ ବିପଦରୁ ଉଦ୍ଧାର ପାଇ ତା ବାଟେ ବାଟେ ଗଲା]