ମୁର୍ସିଦା କୁଲୀ ଖାଁ
ଦେଖଣା
ମୁର୍ସିଦା କୁଲୀ ଖାଁ
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]ମୋଗଲ ସମ୍ରାଟ୍ ଆଓରଙ୍ଗାଜେବ ଓ ତତ୍ପରବର୍ତ୍ତୀ ସମ୍ରାଟଙ୍କ ଅଧୀନ ବଙ୍ଗଳାର ସୁବାଦାର ଦେବାନ୍ ଓ ନବାବ — Name of a famous Subadar and Nabab of Bengal under the Moghals.
[ଦ୍ରଷ୍ଟବ୍ୟ —ଏ ଦାକ୍ଷିଣ୍ୟବାସୀ ଦରିଦ୍ର ବ୍ରାହ୍ମଣ ସନ୍ତାନ ଶିଶୁ ଅବସ୍ଥାରେ ଏହାଙ୍କୁ ଜଣେ ପାରସ୍ୟଦେଶୀୟ ବଣିକ କ୍ରୀତ— ଦାସରୂପେ କ୍ରୟ କରି ପାରସ୍ୟର ଇସ୍ପାହାନ ନଗରକୁ ନେଇ ସେଠାରେ ପାଳି ତାଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ କରି ଶିକ୍ଷା ଦେଇଥିଲେ ତାଙ୍କର ନାମ ଥିଲା ମହମ୍ମଦ ହାଦୀ ବଣିକଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ରମାନେ ଏହାଙ୍କୁ ସ୍ୱଦେଶକୁ ବିଦାୟ ଦେଲେ ଏ ବେରାର ପ୍ରଦେଶର ଦେବାନଙ୍କ ପାଖେ ପହଞ୍ଚି ସେଠାରେ ଏପରି କର୍ମକୁଶଳତା ଦେଖାଇଲେ ଯେ ଅଳ୍ପ ଦିନେ ତାଙ୍କ ପ୍ରତି ମୋଗଲ ସମ୍ରାଟଙ୍କ ଦୃଷ୍ଟି
ଆକର୍ଷିତ ହେଲା ସମ୍ରାଟ ତାଙ୍କ ବଙ୍ଗଦେଶର ଦେବାନ କଲେ ଓ ମୁର୍ସିଦ୍ କୁଲୀଖାଁ ଉପାଧି ଦେଲେ ସେ ପ୍ରାଚୀନ ମୁକ୍ସୂଦା (ସ) ବାଦ୍କୁ ଆପଣା ନାମ ଅନୁସାରେ ମୁର୍ସିଦାବାଦ ନାମ ଦେଇ ସେଠାରେ ନିଜର ରାଜଧାନୀ କଲେ ତତ୍ପରେ ବଙ୍ଗବିହାର ଓଡ଼ିଶାର ଦେବାନ୍ ପଦରେ ନିଯୁକ୍ତ ହେଲେ ପୂର୍ବେ ମେଦିନୀପୁର ଓଡ଼ିଶାର ଅନ୍ତର୍ଗତ ଥିଲା ଏ ତାକୁ ବଙ୍ଗଳାର ଅନ୍ତର୍ଭୁକ୍ତ କଲେ ଏ ରାଜସ୍ୱ ଆଦାୟ ବିଷୟରେ ଜମିଦାରମାନଙ୍କ ପ୍ରତି ଖୁବ୍ କଡ଼ା ଥିଲେ, କିନ୍ତୁ ଧର୍ମପରାୟଣ, ନ୍ୟାୟବିଚାର ଓ ଦାନଶୀଳ ଥିଲେ ତାଙ୍କର ଏକମାତ୍ର ପୁତ୍ର ଗୋଟିଏ ବିବାହିତା ରମଣୀର ଧର୍ମ ନାଶ କରିବାରୁ ନବାବ ପୁତ୍ରର ଶିରଶ୍ଚେଦନ କଲେ ରାଜ୍ୟର ସୁଶାସନ ଓ ପ୍ରଜାପାଳନରେ ସେ ସର୍ବଦା ତତ୍ପର ଥିଲେ ସେ ଏକ ପତ୍ନୀରତ ଥିଲେ ଓ ଗଣିତ ଶାସ୍ତ୍ରରେ ତାଙ୍କର ବ୍ୟୁତ୍ପତ୍ତି ଥିଲା ୧୭୨୫: ଖ୍ରୀଷ୍ଟାବ୍ଦରେ ସେ ମୃତ ହେଲେ—ବଙ୍ଗଳା ବିଶ୍ୱକୋଷ]