ମୁଷ୍ଟି
ଦେଖଣା
ମୁଷ୍ଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ମୁଷ୍ ଧାତୁ= ଚୋରି କରିବା+କରଣ. ତି)
[ସମ୍ପାଦନା]- ୧. କୁଞ୍ଚିତ କରତଳ, ହାତର ମୁଠା —୧. Fist-closed plam.
- ୨. ମୁଠାଏ ପରିମାଣ —୨. A handful.
- ୩. ମୁଠାଦ୍ୱାରା ଆଘାତ; ବିଧା; ମୁଥ —୩. Fisticuff; a blow with the fist.
- ୪. (+ଭାବ. ତି) ଚୋରି —୪. Theft.
- ୫. ଧାତୁ ତରଳାଇବା — ୫. Melting of metals.
- ୬. ଖଡ଼୍ଗାଦିର ବେଣ୍ଟ
—୬. The handle of a weapon; hilt.
- ୭. ଚାରିତୋଳା ପରିମାଣ —୭. A weight of ୪ tolas.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମାପ ଅନୁସାରେ ଏହା ୮ ତୋଳା ]
- ୮. (ମୁଷ୍ ଧାତୁ+ଅଧିକରଣ. ତି; ଯେଉଁ ସମୟରେ କ୍ଷୁଧାତୁର ପଥିକ ଦ୍ରବ୍ୟସ୍ୱାମୀଙ୍କ ଅନୁପସ୍ଥିତିରେ ଓ ତାଙ୍କ ବିନାଅନୁମତିରେ ନିଜର ଖାଦ୍ୟ ପାଇଁ ଯଥେଷ୍ଟ ଦ୍ରବ୍ୟ ଗ୍ରହଣ କରେ ବା ଯେଉଁ ସମୟରେ ଶସ୍ୟାଦିକୁ ଗୁପ୍ତ ରଖିବାକୁ ହୁଏ) ଦୂର୍ଭିକ୍ଷକାଳ (ବିଶ୍ୱକୋଷ) —୮. A time of scarcity; famine.
- ୯. ଘଣ୍ଟା ପାଟଳୀ ବୃକ୍ଷ (ବିଶ୍ୱକୋଷ) —୯. Schrebera Swietenioides (tree).
- ୧. ଋଦ୍ଧି ନାମକ ଔଷଦ୍ରବ୍ୟ — ୧୦. A rare medicinal article.
- ୧୧. (+ ଭାବ. ତି) ଗୋପନ —୧୧. Concellment.
[ଦ୍ରଷ୍ଟବ୍ୟ — ଏଥିର ଅପଭ୍ରଂଶ ମୁଠା, ମୁଠି ]