Jump to content

ମୁସଲ ମାନ୍

ଉଇକିଅଭିଧାନ‌ରୁ

ମୁସଲ ମାନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ମୁସଲ[ଳ]ମାନୀ, ମୁସଲ[ଳ]ମାନିଆଣୀସ୍ତ୍ରୀ

ବୈଦେଶିକ - ବିଶେଷ୍ୟ - ପୁଲିଙ୍ଗ - (ଆରବୀ - ଏକବଚନ; ମୁସ୍ଲିମ୍= ମୁକ୍ତ ପୁରୁଷ; ବହୁବଚନ —ମୁସଲ୍ମୀନ୍; ମୁସଲ— ମୀନ ଶବ୍ଦ କ୍ରମଶଃ ଅପଭ୍ରଷ୍ଟ ହୋଇ ଫାରସୀରେ ମୁସଲମାନ ରୂପ ଧାରଣ କରିଅଛି —ବଂ ବିଶ୍ୱକୋଷ)

[ସମ୍ପାଦନା]
୧. ହଜରତ୍ ମହମ୍ମଦଙ୍କ ପ୍ରବର୍ତ୍ତିତ ଏକେଶ୍ୱର ଧର୍ମା— ବଲମ୍ୱୀ ବ୍ୟକ୍ତି; ଇସ୍ଲାମ୍ ଧର୍ମାଲମ୍ୱୀ; ପଠାଣ — ୧. Mahomedan; Muslim; Islam.

[ଦ୍ରଷ୍ଟବ୍ୟ — ମୁସ୍ଲିମ ଓ ଇସ୍ଲାମ ଶବ୍ଦ ଆରବୀ 'ସଲମ' ଧାତୁରୁ ଉତ୍ପନ୍ନ ଆରବୀ - ସଲମ ଧାତୁର ଅର୍ଥ ଆପଦଶୂନ୍ୟ, ମୁକ୍ତ ବା ମୁକ୍ତିହୀନ— କାରୀ ଯେଉଁ ଧର୍ମ ଗ୍ରହଣ କଲେ ସଂସାରେ ମନୁଷ୍ୟ ନିରାପଦ ହୁଏ ଓ ପରଲୋକରେ ମୂକ୍ତିଲାଭ କରେ ତାକୁ ହଜରତ ମହମ୍ମଦ ଇସଲାମ ବା ମୁସଲିମ ବା ମୁସଲମାନ ଧର୍ମ ନାମ ଦେଇଅଛନ୍ତି ସଲାମତ ଓ ସଲାମ ଶବ୍ଦ ଏହି ଆରବୀ - ସଲମ ଧାତୁରୁ ଉତ୍ପନ୍ନ ଦେଶଭେଦରେ ଏ ଧର୍ମାବଲମ୍ୱୀ— ମାନଙ୍କର ବିଭିନ୍ନ ନାମ ହୋଇଅଛି ୟୂରୋପରେ ମୂର; ଆରବରେ ମୂସଲ୍ମାନ, ମେସଲେମ; ଆବସିନିଆ ଓ ନିଉ— ବିୟାରେ ହାବସୀ; ପାରସ୍ୟରେ ପାରସୀ; ପୂର୍ବ ଇଉରୋପରେ ମଧ୍ୟଯୁଗରେ ସାରାସିନ ଏହି ଧର୍ମର ପ୍ରବର୍ତ୍ତକ ହଜରତ ମହମ୍ମଦ ଆରବର ମକ୍କା ନଗରରେ ଖ୍ରୀ. ୫୭୧:ରେ ଜନ୍ମ ଗ୍ରହଣ କରିଥିଲେ ଖ୍ରୀ. ୬୨୨:ରେ ସେ ମକ୍କା ତ୍ୟାଗ କରି ମଦିନାକୁ ଗଲେ ଓ ସେହି ଦିନଠାରୁ ମୁସଲମାନଙ୍କ ପ୍ରଚଳିତ ହିଜ୍ରୀ ସନ ଆରମ୍ଭ ହେଲା ଖ୍ରୀ.୬୩୨:ରେ ହଜତର ମହମ୍ମଦ ଦେହତ୍ୟାଗ କଲେ ଏକେଶ୍ୱରବାଦ ଏ ଧର୍ମର ପ୍ରଥମ ଧର୍ମନୀତି 'ଆହ୍ଲା' ହିଁ ଜଗତରେ ଏକମାତ୍ର ପ୍ରଭୁ ଓ ମହମ୍ମଦ ତାଙ୍କର ଜଣେ ପଏଗମ୍ୱର ବା ପୃଥିବୀକୁ ପ୍ରେରିତ ଦୂତ ଅଟନ୍ତି ଓ ଏ ଧର୍ମାବଲମ୍ୱୀମାନଙ୍କ ଧର୍ମଶାସ୍ତ୍ର କୋରାନରେ ମହମ୍ମଦ ଈଶ୍ୱରାଦେଶମାନ ଲିପିବଦ୍ଧ କରିଅଛନ୍ତି ଯେ ଏ ୩ କଥା ବିଶ୍ୱାସ କରନ୍ତି ସେ ମୁସଲମାନ ପ୍ରତ୍ୟେକ ମୁସଲମାନର ୫ଟି କର୍ତ୍ତବ୍ୟ ବୋଲି ଈଶ୍ୱରାଦେଶ କୋରାନରେ ଅଛି:—୧ ଏକେଶ୍ୱରବାଦ କଲମା ପଢ଼ିବା, ୨ ଦିନ ରାତିରେ ୫ ଥର ନମାଜ ପଢ଼ିବା, ୩ ରମଜାନ ମାସରେ ଉପବାସ କରିବା, ୪ ଧର୍ମାର୍ଥ ଦାନ କରିବା ଓ ୫ ମକ୍କାକୁ ତୀର୍ଥଯାତ୍ରା କରିବା ]

୨. ଇସଲାମ ଧର୍ମ — ୨. Mahomomedanism.