Jump to content

ମୁହଁ କରିବା

ଉଇକିଅଭିଧାନ‌ରୁ

ମୁହଁ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ରୋଷପ୍ରକାଶ ମୁଖଭଙ୍ଗୀ କରିବା — ୧. To assume a frowning face; to frown; to scowl.
୨. ହର୍ଷସୂଚକ ବା ଦୁଃଖସୂଚକ ମୁଖଭଙ୍ଗୀ କରିବା — ୨. To assume a bright or sorrowful conutenance.

(ଯଥା— ସେ ଆଜି ଏଡ଼େ ମୁହଁ କରିଛି)

[ଦ୍ରଷ୍ଟବ୍ୟ —ମୁହଁର ଚେହେରା ଦେଖିଲେ ମନୁଷ୍ୟ ସୁଖୀ ବା ଦୁଃଖୀ ଥିବା ଜଣା ପଡ଼େ ଏଥିପାଇଁ ହୃଷ୍ଟ ବ୍ୟକ୍ତିକୁ ଲକ୍ଷ୍ୟ କରି କହନ୍ତି "ସେ ମିଠେଈ ଖାଇଲା ଭଳି ମୁହଁ କରିଛି " "ସେ ମୋକଦମା ଡିଗ୍ରୀ ପାଇଲା ପରି ମୁହଁ କରିଛି " ବିମର୍ଷ ବ୍ୟକ୍ତିକୁ କହନ୍ତି "ସେ ଅଧୁଲି ହଜେଇଲା ପରି ମୁହଁ କରିଛି " "ସେ ତିନ୍ତୁଳି ଖାଇଲା ପରି ମୁହଁ କରିଛି "]

୩. କୌଣସି ଆଡ଼କୁ ମୁଖ ବୁଲାଇବା; ଅଭିମୁଖୀ ହେବା — ୩. To turn one's face towards.

(ଯଥା—ତୁ ସିଧା ସିଧା ଉତ୍ତରକୁ ମୁହଁ କରି ଚାଲିଗଲେ ବାଲେଶ୍ୱରରେ ପହଞ୍ଚିବୁ ]

୪. ଔଷଧ ପ୍ରୟୋଗଦ୍ୱାରା ବ୍ରଣକୁ ପଚାଇ ତାହାର ଗୋଟିଏ ମୁହଁ ପ୍ରକାଶିତ କରାଇବା —୨. To cause a boil to come to a head.

(ଯଥା—ବଅ ଉପରେ ଗହମ ପୁଲିଟିସ୍ ଦେଲେ ଏହା ଶ୍ରୀଘ୍ର ବଥର ଗୋଟିଏ ମୁହଁ କରିଦେବ )