Jump to content

ମୁହଁ ଚାହିଁବା

ଉଇକିଅଭିଧାନ‌ରୁ

ମୁହଁ ଚାହିଁବା

ଉଚ୍ଚାରଣ

[ସମ୍ପାଦନା]

(ମୁହଁ ଦେଖିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମୁଖ ଦେଖିବା; ଅନ୍ୟ ବ୍ୟକ୍ତିର ମୁଖାବଲୋକନ କରିବା —୧. To see another's face.

[ଦ୍ରଷ୍ଟବ୍ୟ —୧ ଲୋକଙ୍କ ବିଶ୍ୱାସ ଯେ, ସକାଳୁ ଉଠି ସର୍ବ— ପ୍ରଥମେ ଲକ୍ଷ୍ମୀବନ୍ତ ଲୋକର ମୁହଁ ଚାହିଁଲେ ମଙ୍ଗଳ ଘଟେ ଏବଂ ଆଣ୍ଠୁକୁଡ଼ା, କୃପଣ ଆଦି ବ୍ୟକ୍ତିଙ୍କ ମୁହଁ ଚାହିଁଲେ ସେ ଦିନ ଭଲ ଖାଇବାକୁ ମିଳେ ନାହିଁ ଓ ଦୁଃଖ ଭୋଗ କରିବାକୁ ହୁଏ ଢଗରେ ଅଛି—'ସକାଳୁ ଉଠି ତୋ ମୁହଁ ଚାହିଁଲି, ଆଜି ପରା ଦିନେ ମାଡ଼ ଖାଇଲି '

୨. ଆଉ ମଧ୍ୟ ଲୋକଙ୍କର ବିଶ୍ୱାସ ଯେ, ଯେବେ ଉତ୍ତମ ମୁହୂର୍ତ୍ତରେ ବା କ୍ଷଣରେ ଦୁଇ ଜଣଙ୍କର ପ୍ରଥମ ଭେଟ ହୋଇଥାଏ, ତେବେ ସେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ଓ ସୌହାର୍ଦ୍ଦ୍ୟ ଚିରକାଳ ରହେ ଏଥିପାଇଁ ଲୋକେ ବରକନ୍ୟାଙ୍କର ପରସ୍ପର ମୁଖାବଲୋକନ ଓ ରାଜଦର୍ଶନ ପାଇଁ ଶୁଭ ମୁହୂର୍ତ୍ତ ଠିକଣା କରନ୍ତି
୩. ଆଉ ମଧ୍ୟ ଲୋକଙ୍କର ବିଶ୍ୱାସ ଯେ ଦେବତା, ରାଜା ଆଦିଙ୍କୁ ପ୍ରଥମେ ଦର୍ଶନ କଲାବେଳେ କିଛି ଦର୍ଶନୀ ବା ଭେଟି ବା ସଲାମୀ ଦେଲେ ମଙ୍ଗଳ ହୁଏ କିଛି ନ ମିଳିଲେ ଫଳଟିଏ ମଧ୍ୟ ଦେଲେ ତଳେ ଯାହାଙ୍କୁ ପ୍ରଥମେ ଦେଖା
କରିବାକୁ ଯିବାକୁ ହୁଏ, ତାଙ୍କୁ ପ୍ରସନ୍ନ କରାଇବା ପାଇଁ ଏହା ବ୍ୟବସ୍ଥା କରାଯାଇ ଅଛି ଶାଶୁ ଘରେ ଗୋଡ଼ ଦେବା ମାତ୍ରେ ବୋହୂ 'ନଣନ୍ଦ'ଙ୍କୁ ନଣନ୍ଦ ପୋଟଳୀ ଭେଟି ଦେବା ମଧ୍ୟ ଏହି ବିଶ୍ୱାସର ଫଳ ] 
୨. ପରର ମୁଖାପେକ୍ଷୀ ହେବା —To depend on another's opinion or pleasure; to become a sycophant.