Jump to content

ମୁହାଣ କିମ୍ଭୀର

ଉଇକିଅଭିଧାନ‌ରୁ

ମୁହାଣ କିମ୍ଭୀର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ୱାଧୀନ ଓଡ଼ିଶାର ରାଜାମାନଙ୍କ ଅମଳରେ ନଈ ମୁହାଣରେ ସମୁଦ୍ର ଉପକୂଳରେ ଥିବା ସମାନ୍ତ ରାଜାମାନଙ୍କୁ ଦିଆ ଯାଉଥିବା ଉପାଧି — A title of the vassal-chiefs under the independent sovereigns of ancient Orissa holding dominion over costal regions where the rivers fall into the sea.

[ଦ୍ରଷ୍ଟବ୍ୟ

ଏ ସାମନ୍ତ ରାଜାମାନେ ସମୁଦ୍ର ଉପକୂଳରେ ଯିବା ଆସିବା ସୈନ୍ୟମାନଙ୍କୁ ନଈ ମୁହାଁଣ ପାରି ହେବା ପାଇଁ ନୌକା ଆଦିର ସୁବିଧା ଓ ସାହାଯ୍ୟ କରୁଥିଲେ ବହିଃ ଶତ୍ରୁ ଆକ୍ରମଣରୁ ଦେଶକୁ ରକ୍ଷା କରିବାର ଭାର ଏମାନଙ୍କ ଉପରେ ମଧ୍ୟ ନ୍ୟସ୍ତ ଥିଲା ସେହି ରାଜାମାନଙ୍କ ଅଧୀନରେ ଏହି ଦୁଇ କାର୍ଯ୍ୟ କରିବା ପାଇଁ ପାଇକମାନେ ନିଯୁକ୍ତ ଥିଲେ ସେମାନେ ଜାଗିରି—ସ୍ୱରୂପ ବହୁତ ଭୂସମ୍ପତ୍ତି ଓ ବଣ ଜଙ୍ଗଲ ବୃତ୍ତିରୂପେ ଲାଭ କରୁଥିଲେ ଦେଶ ମଧ୍ୟରେ ଯୁଦ୍ଧ ହେଲେ ଏହି ମୁହାଁଣକିମ୍ଭୀରମାନେ ନିଜର ନିଜର ଅଧୀନ ପାଇକ ମାନଙ୍କୁ ସାମନ୍ତ ରାଜାଙ୍କ ନିକଟକୁ ସାହାଯ୍ୟ କରିବା ପାଇଁ ପଠାଉଥିଲେ ଓଡ଼ିଶାରେ ମୋଗଲ ଓ ମରହଟା ରାଜତ୍ୱ ପରେ ଓଡ଼ିଶା ଉପକୂଳରେ ଏହିପରି ୫ ଜଣ ସରିକି ମୁହାଁଣକିମ୍ଭୀର ସାମନ୍ତ ରାଜା ଥିଲେ ଏହି ପଚାଶ ଜଣ ମଧ୍ୟରୁ ଆଳି, କୁଜଙ୍ଗ, କନିକା, ହରିଶପୁର, ମରୀଚିପୁର, ଗୋଲରା ପ୍ରଭୃତି ରାଜ୍ୟର ରାଜାମାନେ ପ୍ରଧାନ ଥିଲେ କିମ୍ୱଦନ୍ତୀ]