Jump to content

ମୂତ୍ରାଘାତ

ଉଇକିଅଭିଧାନ‌ରୁ

ମୂତ୍ରାଘାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୂତ୍ର+ଆଘାତ=ନିରୋଧ; ବହୁବ୍ରୀହି)

[ସମ୍ପାଦନା]

ରୋଗ— ବିଶେଷ; ମୂତ୍ରରୋଧକ ରୋଗ ବିଶେଷ — The obstruction of urine.

[ଦ୍ରଷ୍ଟବ୍ୟ — ବୈଦ୍ୟକରେ ୧୨: ପ୍ରକାର ମୂତ୍ରାଘାତର ଉଲ୍ଲେଖ ଅଛି ===

୧. ବାତକୁଣ୍ଡଳୀ— ବାୟୁ କୁପିତ ହୋଇ ବସ୍ତିଦେଶରେ କୁଣ୍ଡଳୀ ଆକାରରେ ଅଟକି ପ୍ରସ୍ରାବକୁ ଅଟକାଏ
୨. ବାତଷ୍ଠୀଳା—ବାୟୁ ଗୋଳାକାର ଗଣ୍ଠି ପରି ବସ୍ତି— ଦେଶରେ ରହି ପ୍ରସ୍ରାବକୁ ଅଟକାଇ ଦିଏ
୩. ବାତବସ୍ତି—ମୂତ୍ରବେଗ ସହ ବସ୍ତିର ବାୟୁ ବସ୍ତି ମୂଖକୁ ବୁଜି ରଖେ
୪. ମୂତ୍ରାତୀତ—ବାରମ୍ୱାର ଅଳ୍ପ ଅଳ୍ପ ପ୍ରସ୍ରାବ ହୁଏ
୫. ମୂତ୍ରାଜଠର—ମୂତ୍ରର ପ୍ରବାହ ଅଟକି ଯିବାରୁ କୃପିତ ଅଧୋବାୟୁ ନାଭିର ନିମ୍ନରେ ପୀଡା ଉତ୍ପାଦନ କରେ
୬. ମୂତ୍ରୋତ୍ସଙ୍ଗ—ବାୟୁର ଆଧିକ୍ୟରୁ କେତେବେଳେ ପ୍ରସ୍ରାବ ବିବାକ୍ ଅଟକି ଯାଏ, ପୁଣି କେତେବେଳେ ଖୁବ୍ ଜୋର୍ରେ ରକ୍ତ ମିଶ୍ରିତ ହୋଇ ବାହାରେ
୭. ମୂତ୍ରକ୍ଷୟ—ମୂତ୍ର ଶୁଖିଯାଇ ମୂତ୍ରମାର୍ଗ ଜଳା ପୋଡ଼ା କରେ
୮. ମୂତ୍ରଗ୍ରନ୍ଥି—ବସ୍ତିର ମୁହଁଭିତରେ ପଥର ପରି ଗ୍ରନ୍ଥି ଉତ୍ପନ୍ନ ହୋଇ ପ୍ରସ୍ରାବ କରିବାକୁ କଷ୍ଟ ହୁଏ
୯. ମୂତ୍ରଶୁକ୍ର—ମୂତ୍ର ସଙ୍ଗେ ବା ପୂର୍ବରୁ ବା ପରେ ଶୁକ୍ର ନିର୍ଗତ ହୁଏ
୧. ଉଷ୍ଣବାତ—ଅଧିକ ବ୍ୟାୟାମ ବା ଖରାଭୋଗ କରିବା ଯୋଗୁଁ ପ୍ରସ୍ରାବନାଳୀରେ ଦାହ ହୁଏ ଓ ହଳଦିଆ ବା ରକ୍ତମିଶା ପ୍ରସ୍ରାବ ହୁଏ
୧୧. ପିତ୍ତଜ ମୂତ୍ରୌକସାଦ—ପ୍ରସ୍ରାବ ପୋଡା ଓ ଗାଢ଼ ମୂତ୍ର ହୁଏ ଓ ପ୍ରସ୍ରାବ ଶୁଖି ଗଲେ ଗୋରୋଚନାର ଚୂନା ପରି ଦେଖାଯାଏ
୧୨. କଫଜ ମୂତ୍ରୌକସାଦ—ବହୁ କଷ୍ଟରେ ସଫେଦ ମୂତ୍ର ବାହାରେ] ===