ମୂନ୍ଥା
ମୂନ୍ଥା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନୀଳକଣ୍ଠୋକ୍ତ ତାଜକପ୍ରସିଦ୍ଧ ଇନ୍ତିହା ଶବ୍ଦାର୍ଥ (ବିଶ୍ୱକୋଷ); ବାମାବର୍ତ୍ତରେ ଗଣନୀୟ ବର୍ଷଲଗ୍ନ (ବ)ଇକୋଳି, ଜ୍ୟୋତିଃସାର ରତ୍ନାବଳୀ —The planet which is in the ascendant for a particular year by calculation from right to left.
[ଦ୍ରଷ୍ଟବ୍ୟ —ଜ୍ୟୋଷରେ ଯେଉଁପରି ଜାତ ବ୍ୟକ୍ତିର ରାଶି ଚକ୍ରରେ ଲଗ୍ନାଦି ସ୍ଥିର ଫଳ ନିରୁପଣ କରାଯାଏ ତଦ୍ରପ ନୀଳକଣ୍ଠୋକ୍ତ ତାଜବ ଗ୍ରନ୍ଥ ଅନୁସାରେ ବର୍ଷପ୍ରବେଶ ଗଣନା କରି ଜାତ ବ୍ୟକ୍ତିର ଲଗ୍ନ ଓ ମୂନ୍ଥା ସ୍ଥିର କରି ଫଳାଫଳ ନିର୍ଣ୍ଣୟ କରାଯାଏ ଲଗ୍ନଠାରୁ ବାମଦିଗକୁ ମୁନ୍ଥା ଗଣନା କରାଯାଏ ବୃହସ୍ପତି ଯେଉଁପରି ପ୍ରତିବର୍ଷ ଏକ ରାଶିରୁ ଅନ୍ୟ ରାଶିକୁ ଚଳେ, ସେହିପରି ମୂନ୍ଥା ବାମ ଦିଗକୁ ଗୋଟିଏ ଗୋଟିଏ ରାଶି ଘୁଞ୍ଚିଯାଏ ଯଥା—ଜଣେ ବ୍ୟକ୍ତିର ମେଷ ଲଗ୍ନରେ ଜନ୍ମ ହୋଇଅଛି; ତାହାର ଦ୍ୱିତୀୟ ବର୍ଷ ବୃଷ ରାଶି, ତୃତୀୟ ବର୍ଷ ମିଥୁନ ଓ ଚତୁର୍ଥରେ କର୍କଟ ରାଶିକୁ ମନ୍ଥା ନିରୁପଣ କରାଯିବ—ମୂନ୍ଥା ସ୍ଥିର କରି ତଦନୁସାରେ ଜାତକର ଫଳ ନିର୍ଦ୍ଦିଷ୍ଟ ହୁଏ—ବିଶ୍ୱକୋଷ]