Jump to content

ମୂର୍ଦ୍ଧାଭିଷିକ୍ତ

ଉଇକିଅଭିଧାନ‌ରୁ

ମୂର୍ଦ୍ଧାଭିଷିକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୭ମୀ ତତ୍, ମୂର୍ଦ୍ଧନ=ମସ୍ତକ+ଅଭିଷିକ୍ତ; ଯାହାର ମସ୍ତକରେ ମନ୍ତ୍ରପୂତ ଜଳଦ୍ୱାରା ଅଭିଷେକ କରା ଯାଇଅଛି)

[ସମ୍ପାଦନା]

ଯାହାର ମୁଣ୍ଡରେ ଅଭିଷେକ କରା ଯାଇଅଛି; ରାଜ୍ୟାଭିଷିକ୍ତ; କୃତାଭିଷେକ — Formally installed on the throne after his head being sprinkled with hallowed water.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସିଂହାସନାଭିଷିକ୍ତ ରାଜା — ୧. A reigning king.

[ଦ୍ରଷ୍ଟବ୍ୟ —ପୂର୍ବକାଳରେ କ୍ଷତ୍ରିୟ ରାଜବଂଶମାନଙ୍କରେ ପ୍ରଥା ଥିଲା ଯେ ରାଜସିଂହାସନରେ ଉପ— ବେଶନ କରିବା ପୂର୍ବରୁ ସେମାନଙ୍କୁ ମନ୍ତ୍ରପୂତ ସପ୍ତ ନଦୀର ଜଳ, ମଧୁ, ନବନୀତ ଓ ମବ୍ୟଦ୍ୱାରା ସ୍ନାନ କରିବାକୁ ହେବ]

୨. ବହୁ ରାଜାଙ୍କ ମଧ୍ୟରେ ଚକ୍ରବର୍ତୀ, ସମ୍ରାଟ — ୨. A sovereign; an emperor.
୩. ପ୍ରଧାନ ସଚିବ; ମନ୍ତ୍ରୀ — ୩. Prime minister.
୪. ଯୁବରାଜ; ପାଟଦେଉ — ୪. The heir-apparent to the throne; the prince-elect.
୫. ହିନ୍ଦୁ ଜାତିର ଦ୍ୱିତୀୟ ବର୍ଣ୍ଣ; କ୍ଷତ୍ରିୟ — ୫. A Kshatriya; the military caste amongst the Hindu.
୬. ବ୍ରାହ୍ମଣଔରସରେ କ୍ଷତ୍ରିୟାଗର୍ଭଜାତ ସନ୍ତାନ — ୬. A half-caste born of a Brāhmaṇa father and Kshatriya mother.

[ଦ୍ରଷ୍ଟବ୍ୟ —ଏମାନେ ଅସ୍ତ୍ର ବ୍ୟବସାୟୀ, ହସ୍ତୀ, ଅଶ୍ୱ ଓ ରଥ ଶିକ୍ଷା ଓ ଅସ୍ତ୍ରଧାରଣ କରୁ— ଥିଲେ ଓ ବର୍ଣ୍ଣସଙ୍କର ଜାତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ]

୭. ଜାତିର ସର୍ଦ୍ଦାର — ୭. The head man of a caste guild.
୮. ସବୁ ଜାତିର ମସ୍ତକ ସ୍ୱରୁପ; ବ୍ରାହ୍ମଣ — ୮. A Brāhmaṇa.
୯. ବ୍ରାହ୍ମଣ ଜାତି — ୯. The Brāhmaṇa caste; the highest caste amongst the Hindus.
୧. କ୍ଷତ୍ରିୟ (ବିଶ୍ୱକୋଷ) — ୧୦. A Kshatriya.