Jump to content

ମୂର୍ବ୍ୱା

ଉଇକିଅଭିଧାନ‌ରୁ

ମୂର୍ବ୍ୱା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମୂର୍ବ ଧାତୁ= ବନ୍ଧନ କରିବା+କରଣ ଅ+ସ୍ତ୍ରୀ. ଆ,,ଈ; ଯାହାଦ୍ୱାରା ବନ୍ଧନ କରାଯାଏ ଅର୍ଥାତ୍ ଦଉଡ଼ି ତିଆରି ହୁଏ)

[ସମ୍ପାଦନା]

ମୁରୁଗା ଗଛ —Sanseveria Roxburghiana; the bow-string hemp; Sanseveira Zeylanica.

[ଦ୍ରଷ୍ଟବ୍ୟ — ଏହା ବନ୍ୟଗୁଳ୍ମବିଶେଷ; ଛାୟାବୃତ ସ୍ଥାନରେ ଜନ୍ମେ ଏହାର ପତ୍ର ସରୁ ଓ ଖଣ୍ଡା ପରି, ଫୁଲ ଲମ୍ୱ ଓ ନାଡ଼ରେ ଫୁଟେ ପତ୍ରର ଉପର ନାଳୁଆ ଏହାର ପତ୍ରକୁ ସଢ଼ାଇଲେ ତହିଁମଧ୍ୟରୁ ଝୋଟ ପରି ଟାଣୁଆ ତନ୍ତୁ ବାହାରେ ଏହି ତନ୍ତୁଦ୍ୱାରା ବ୍ରାହ୍ମଣ ଓ କ୍ଷତ୍ରିୟ ମାନଙ୍କର ମେଖଳା ବା କଟିସୂତ୍ର ବଳା ଯାଉଥିଲା ଏବେ ମଧ୍ୟ ଏଥିରେ ଧନୁର ଗୁଣ ତିଆରି ହୁଏ ଏହାର ମୂଳ ଔଷଧରେ ବ୍ୟବହୃତ ହୁଏ ବୈଦ୍ୟକ ମତରେ ଏହା ସାରକ, ଗୁରୁ ଓ ମଧୁର ତିକ୍ତ ଏହା ପିତ୍ତ, ରକ୍ତ, ପ୍ରମେହ, ତ୍ରିଦୋଷ , ତୃଷ୍ଣା, ହୃଦ୍ରୋଗ, କଣ୍ଡୁ, କୁଷ୍ଠ ଓ ଜ୍ୱରନାଶକ ]