ମୂଳା
ମୂଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]|
ସଂସ୍କୃତ - ନାମ—ମୁକ, ମୂଳକ, କୁଞରକ୍ଷାର,କନ୍ଦମୂଳ,ଦୀର୍ଘ— କନ୍ଧକ,ଦୀର୍ଘମୂଳ,ହରିପର୍ଣ୍ଣ, ମୂଳାହ,ନୀଳକଣ୍ଠ,ମହାକନ୍ଦ, ମୂଳାହବ,ମୃତ୍କ୍ଷାର,ମୂଳାଭ, ରାଜାକୁଳ,ରୁଚିର,ହସ୍ତିଦନ୍ତ, ହସ୍ତିଦନ୍ତକ,ହରିତ୍ପୂର୍ଣ୍ଣ, ଶଙ୍ଖମୂଳ,ସୀତ,ଦୀର୍ଘପତ୍ରକ, ରୁଚିଷ୍ୟ,କୁରୁକନ୍ଦକ, ଦୀର୍ଘପତ୍ର,ଦୀର୍ଘକନ୍ଦ, * ବଙ୍ଗାଳୀ: মূলা,মীলি ସନ୍ତିସରିଶା ତେଲୁଗୁ - ମୂଲ୍ଲାଙ୍ଗି, ମୂଲଙ୍ଗୀଦୁମ୍ପା, ମୁଲଙ୍ଗୀ ତେଟ୍ଟୁ ତା. ମୁଲଙ୍ଗୀ, ମୁଲଙ୍ଗୀ ମ. ମୂଲଙ୍ଗୀ, ମୂଲ୍ୟା, ମୁଲାଫଲୀ ଆରବୀ - ଫଜଲ, ବଜାରୁଲ୍ ଫଜଲ୍ ଫା,ତୁଖ୍ ମତୁଖ୍ |
ସଂସ୍କୃତ - ବି (ମୂଳା+ଆ)
[ସମ୍ପାଦନା]- ୧. (ଜ୍ୟୋତିଷ)ଊନବିଂଶ ନକ୍ଷତ୍ର ବା ତାରାପୁଞ୍ଜ —୧. (Astronomy) The ୧୯th constellation.
[ଦ୍ରଷ୍ଟବ୍ୟ —ଏ ନକ୍ଷତ୍ର ୯ଟି ତାରାର ସମଷ୍ଟି ଓ ଏହା ଶଙ୍ଖାକୃତି ନକ୍ଷତ୍ର ଶବ୍ଦ ତଳେ ଟୀକୀ ଦେଖ ]
- ୨. ଏକପ୍ରକାର ଆଳୁ; ପିଣ୍ଡାଳୁ; ହାଣ୍ଡିଆ ଆଳୁ; ହାତିଖୋଜିଆ ଆଳୁ —୨. A Species of yam (Discotrea A lata variety; Globasa).
- ୩. ଏକପ୍ରକାର ସ୍ଥାବର ବିଷ —୩. A kind of poison.
- ୪. ଶତାବରୀ — ୪. Asparagus Racemosus.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ମୂଳକ)କୃଷିଜାତ ଖାଦ୍ୟମୂଳ ବିଶେଷ —୧. Radish; Raphanus Sativus.
[ଦ୍ରଷ୍ଟବ୍ୟ —ମୂଳା ଭାରତରେ ସର୍ବତ୍ର କୃଷିଦ୍ୱାରା ଉତ୍ପାଦନ କରାଯାଏ ଏଥିର ପତ୍ର ଶାଗ ହୁଏ ଏବଂ ମୂଳ ତିଅଣ କରାଯାଏ କେହି କଞ୍ଚାମୂଳା ମଧ୍ୟ ଖାଆନ୍ତି କୌଣସି କୌଣସି ମୂଳା ଗୋଲ ଓ ଅଧିକାଂଶ ମୂଳା ଲମ୍ୱ ଏଥିର ଚେର ଓ ମଞି ଔଷଧରେ ଲାଗେ ଅର୍ଶରୋଗର ଏହା ଭଲ ଔଷଧ ଏହା କଟୁରସଂପ୍ରଧାନ ମୂଳା ନାନା ଆୃତି ଓ ନାନା ବର୍ଣ୍ଣ— ବିଶିଷ୍ଟ ଯଥା—ଧଶଲା, କଳା, ନାଲି ସାଲଗମ, ଗାଜର, ବୀଟ୍ ଆଦି ମଧ୍ୟ ଏହି ଜାତୀୟ ମୂଳା ଶୀତକାଳରେ ଜନ୍ମେ ମାଘ ମାସରେ ଏହା ଖାଇବା ନିଷିଦ୍ଧ ଢ଼ଗ ଅଛି—ମାଘେ ବରକୋଳି ମକରେ ମୂଳା. ଗୋରୁ ମାଉଁସ ପୁଳା ପୁଳା
ବୈଦ୍ୟଶାସ୍ତ୍ର ମତରେ ମୂଳା କଟୁରସ, ରୁକ୍ଷ, ଉଷ୍ଣବୀର୍ଯ୍ୟ, ରୁଚିକର, ଲଘୁ ପାଚକ, ତ୍ରିଦୋଷନାଶକ ଓ ସ୍ୱର— ପ୍ରସାଦକ ଏହା ଘୃତ ତୈଳାଦିରେ ସିଦ୍ଧ କରି ସେବନ କଲେ ତ୍ରିଦୋଷ ନାଶ ହୁଏ—ଦ୍ରବ୍ୟ ଗୁଣ ]
- ୨. (ଲକ୍ଷଣାର୍ଥ) କୌଣସି ଅନିଷ୍ଟକାରକ ପଦାର୍ଥ ବା ବିଘ୍ନ —୨. (figurative) Any injurious thing.
(ଉ—କିଣିଲି ମୂଳା, ମୋ ପାଇଁକି ହେଲା ଶୁଳା—ଢ଼ଗ )
[ଦ୍ରଷ୍ଟବ୍ୟ — କୌଣସି ବ୍ୟକ୍ତିର ଅନିଷ୍ଟ କରିବାକୁ ଧମକାଇଲେ ଇତର ଲୋକେ କହିଥାନ୍ତି—'ତୋ ପାଇଁ ଗୋଟିଏ ମୂଳା ସଜାଡ଼ୁଛି ' ଅଶ୍ଳୀଳ ଅର୍ଥରେ ମଧ୍ୟ ଏହା ବ୍ୟବହୃତ ହୁଏ ]