ମୃତ୍ୟୁକାଳ ଜ୍ଞାନ
ଦେଖଣା
ମୃତ୍ୟୁକାଳ ଜ୍ଞାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବିଜ୍ଞାନୋକ୍ତ ବା ଶାସ୍ତ୍ରୋକ୍ତ ଲକ୍ଷଣାନ ବା ଶକୁନ ମାନ ଦିଖି ମନୁଷ୍ୟର ମୃତ୍ୟୁ ଘଟିବା ସମୟ ପୂର୍ବରୁ ଜାଣି ପାରିବା —Foresight of the time of death by certain auguries (mentioned in science or religious books).
[ ଦ୍ର—ହିନ୍ଦୁ ଶାସ୍ତ୍ରମାନଙ୍କର ମୃତ୍ୟୁ କାଳଜ୍ଞାନ ବିଷୟରେ ନାନା ଲକ୍ଷଣ ଲେଖା ଯାଇଅଛି ଯଥା—ସପ୍ତର୍ଷି ମଣ୍ଡଳର ବଶିଷ୍ଠ ଋଷି ନାମକ ନକ୍ଷତ୍ର ନିକଟରେ ଥିବା କ୍ଷୁଦ୍ର ଅରୁନ୍ଧତୀ ନକ୍ଷତ୍ର ଦେଖି ନ ପାରିବା ଲୋକର ୬ ମାସ ମଧ୍ୟରେ ମୃତ୍ୟୁ ଘଟେ, ଆପଣା ନାକର ଅଗ୍ରଭାଗ ଦେଖି ନ ପାରିବା ବ୍ୟକ୍ତିର ମୃତ୍ୟୁ ନିକଟରେ ଘଟେ; ମୁଣ୍ଡଳରେ ପେଚା ବସି ଗଲେ ମନୁଷ୍ୟର ମୃତ୍ୟୁ ନିକଟବର୍ତ୍ତୀ; ସମ୍ମୁଖସ୍ଥ ପଦାର୍ଥମାନ ଆଖିକୁ ଦୁଇ ଦୁଇଟା ହୋଇ ଦେଖା ଗଲେ ମୃତ୍ୟୁ ଖୁବ୍ ନିକଟ, ନିଜେ ଖିଅର ହେବା, ତୈଳ ମର୍ଦ୍ଦନ ହେବା ବା କୃଷ୍ଣବର୍ଣ୍ଣ ଜୀବ ସ୍ୱପ୍ନ ଦେଖିବା ବ୍ୟକ୍ତିର ମୃତ ଆସନ୍ନ ]