ମେଘ ନାଦ
ଦେଖଣା
ମେଘ ନାଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ମେଘ ଧ୍ୱନି —୧. The rumbling of clouds.
- ୨. ଘଡ଼ଘଡ଼ି ଶବ୍ଦ —୨. Clap of thunder.
- ୩. ପଳାଶ ଗଛ — ୩. A tree; Butia Frondoss.
- ୪. ତଣ୍ଡୁଳୀୟ ଶାକ; ଲେଉଟିଆ ଶାଗ —୪. A pot herb; Amar anthus Polygamus.
- ୫. (ବହୁବ୍ରୀହି) ରାବଣର ପୁତ୍ର; ଇନ୍ଦ୍ରଜିତ୍ —୫. Name of a son of Rābaṇ
[ଦ୍ରଷ୍ଟବ୍ୟ —ଏ ଜନ୍ମ ହେବା ସମୟରେ ମେଘ ପରି ନାଦ କରି ଥିବାରୁ ଏହାଙ୍କର ଏହି ନାମକରଣ ହୋଇଥିଲା ଏହାଙ୍କୁ ଲକ୍ଷ୍ମଣ ବଧ କରିଥିଲେ ଏହାଙ୍କ ସ୍ତ୍ରୀ ପ୍ରମୀଳା ଏ ପ୍ରଥମରେ ନାଗ ପାଶରେ ଲକ୍ଷ୍ମଣଙ୍କକୁ ବନ୍ଧନ କରିଥିଲେ ଏ ଇନ୍ଦ୍ରଙ୍କୁ ଜୟ କରି ଥିବାରୁ ଏହାଙ୍କ ନାମ ଇନ୍ଦ୍ରଜିତ୍ ମଧ୍ୟ ହୋଇ ଥିଲା]
- ୬. ଜଳାଧିପତି; ବରୁଣ ଦେବତା —୬. The God of water; the Neptune of the Hindus.
- ୭. (ମେଘ ଉଠାଇବା ବେଳେ ଧ୍ୱନି କରେ) ମୟୁର (ହିନ୍ଦୀ - ଶ) —୭. The peacock.
(ଉ—ବର୍ଣ୍ଣିବା କିସ ଜ୍ୟେଷ୍ଠ କୁମାର, ଜାତ ରଡ଼ିକି ପୁଣି କୁମାର, ଛାଡ଼ି ସେ ମେଘନାଦି ଉପରେ, ପଡ଼ି ଅଚେତ ଯେ ଭଞ୍ଜ ବୈଦେହୀଶ ବିଳାସ)
- ୮. ବିରାଡ଼ି (ହିନ୍ଦୀ - ଶ) —୮. The cat.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅତି ଉଚ୍ଚ ପ୍ରଚୀର —A very high wall.
(ଉ—କ୍ରୌଞ୍ଚ ଗବାକ୍ଷ ମେଘନାଦ ଭାଜିଲା ପ୍ରାଚୀ ରସହ୍ୟ ମଞ୍ଜରୀ)