Jump to content

ମେଢ଼

ଉଇକିଅଭିଧାନ‌ରୁ

ମେଢ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ମେହେଡ଼—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଣ୍ଡପ)

[ସମ୍ପାଦନା]
୧. ବାଉଁଶ, କାଠ ବା କୁଟା ଆଦିରେ ରଚିତ ଠାକୁରପ୍ରତିମାନଙ୍କର ଥାଟ — ୧. The framework behind an image made of bamboo, wood or straw etc.
୨. ଦେବତାମାନଙ୍କର ସିଂହାସନ ରୂପେ ବ୍ୟବହୃତ କାଠର ବା ମାଟିର ଅର୍ଦ୍ଧଚନ୍ଦ୍ରାକାର ଆସନ — ୨. Semi-circular platform of wood or earth used as a seat for an idol.
୩. ସୀମା ନିର୍ଦ୍ଦେଶକ ରେଖା —୩. Boundary line.
୪. ନଅର; ରାଜ— ପ୍ରାସାଦ —୪. Raja's palace;
୫. ଅଟ୍ଟାଳିକା — ୫. Palatial building.
୬. ଅଟ୍ଟାଳିକାନ୍ତର୍ଗତ ଆସନ —୬. A seat in a palace or towar.

[ଉ—ଘେନେ ସ୍ୱପ୍ନ, ଦେଖିଲି ମେଢ଼େ ଅଛି ଶୋଇ ପିତୁଳା ସେ ଅବଳା ନୋହି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]

୭. ଅନ୍ତଃପୁର ମଧ୍ୟସ୍ଥିତ ସୁସଜ୍ଜିତ ପ୍ରକୋଷ୍ଠ —୭. A decorated chamber in the harem; lady's boudoir.

[ଉ—ଅନ୍ତଃପୁରେ ଉଷାର ମେଢ଼ରେ କଲା ନେଇ—ଶିଶୁଶଙ୍କର ଉଷାଭିଳାଷ]

୮. କ୍ଷେତ୍ରର ଚାରିପାଖେ ଦିଆଯିବା ଉଚ୍ଚ ହିଡ଼ — ୮. A high ridge raised round a field or plot.

ପ୍ରାଦେଶିକ - (ଯାଜପୁର)

[ସମ୍ପାଦନା]

ବାଳ କଟାଇବାର ପ୍ରଣାଳୀ —A fashion of cutting or crupping the hair.