Jump to content

ମେଣ୍ଟାଇବା

ଉଇକିଅଭିଧାନ‌ରୁ

ମେଣ୍ଟାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମିଳ୍ ଧାତୁ; ପ୍ରା. ମଟ୍ ଧାତୁ; ମେଣ୍ଟିବା କ୍ରିୟାର ପ୍ରୟୋଜକ ରୂପ; ଢୁଳ. ସଂସ୍କୃତ - ମୃଷ୍ଟ=ମାର୍ଜିତ)

[ସମ୍ପାଦନା]
୧. (ବାସନା) ନିବୃତ୍ତ କରାଇବା —୧. To satiate.

[ଉ— ମେଣ୍ଟାଇବାକୁ ଭବଭୋଗ ଲାଳସା ରାଧାନାଥ. ତୁଳସୀ. ସ୍ତବକ]

୨. (ବିବାଦ) ନିଷ୍ପତ୍ତି ବା ମୀମାଂସା କରାଇବା —୨. To bring about the settlement (of a dispute).
୩. (ଆଦେଶ) ଲଙ୍ଘନ କରିବା — ୩. To infringe.
୪. (ଦୋଷ) ଖଣ୍ଡନ କରିବା; ନିରାକରଣ କରିବା —୪. To refute.

[ଉ—ମାମୁଁ ମାଈଦୋଷ ମେଣ୍ଡାଇ ପାରନ୍ତି, ମାଈଙ୍କ ଗଳା ଧରି କାନ୍ଦି ପ୍ରାଚୀ. ରହସ୍ୟମଞ୍ଜରୀ]

୫. (ଅପରାଧ) କ୍ଷମା କରିବା —୫. To pardon.
୬. (ଶ୍ରାନ୍ତି) ଅପନୋଦନ କରିବା —୬. To alleviate.

[ଉ—ବିଶ୍ରାମେ ମେଣ୍ଟାଇ ଶ୍ରମ ତରୁତଳେ ରାଧାନାଥ ନନ୍ଦିକେଶ୍ୱରୀ]

୭. (ଗୁଜୁରାଣ) ନିର୍ବାହ କରିବା; ଗଳାଇ ନେବା —୭. To get through; to accomplish; to eke out.
୮. (ଦୁଃଖ) ଦୂର କରିବା —୮. To drive away (misery)

[ଉ— ଅକ୍ଷମ ସମ୍ପଦ ଦୁଃଖ ମେଣ୍ଟାଇବା ପାଇଁ ରାଧାନାଥ ମହାଯାତ୍ରା]

୯. (ସନ୍ଦେହ) ଖଣ୍ଡାଇବା — ୯. To remove (doubt).
୧. (ଖରା ବର୍ଷା) ଅତିକ୍ରମ କରିବା; କଟାଇବା —୧୦. To pass (a time of rain or sunshine).
୧୧. (ବାଣ ବା ଶର) ଏଡ଼ିବା —୧୧. To evade (a weapon or arrow).