Jump to content

ମେରୁ

ଉଇକିଅଭିଧାନ‌ରୁ

ମେରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ମି ଧାତୁ=କ୍ଷେପଣ କରିବା+କର୍ତ୍ତୃ. ରୁ; ଉଚ୍ଚତା ହେତୁ ଏହା ସୂର୍ଯ୍ୟକିରଣକୁ ନିକ୍ଷେପ କରେ)

[ସମ୍ପାଦନା]
୧. ପୁରାଣୋକ୍ତ ସୁମେରୁ ପର୍ବତ —

ଅନୁବାଦ

[ସମ୍ପାଦନା]
୧. A mythological mountain to the north of India.

[ଦ୍ରଷ୍ଟବ୍ୟ —ହିନ୍ଦୁ ପୁରାଣ ମତରେ ସପ୍ତ— ଦ୍ୱୀପା ପୃଥିବୀର ୭ ଗୋଟି ଦ୍ୱୀପର କେନ୍ଦ୍ର ସ୍ଥଳରେ ଏ ପର୍ବତ ଅବସ୍ଥିତ ସାତ ଗୋଟି ଯାକ ଦ୍ୱୀପ ଏହାର ପାଖୁଡ଼ା ପରି ଏହାର ଉଚ୍ଚତା ୮୪: ଯୋଜନ ଓ ତହିଁ ମଧ୍ୟର ୧୬: ଯୋଜନ ଭୂମି ମଧ୍ୟରେ ପୋତା ଅଛି ଏହାର ଆକାର ବିଷୟ ନାନା ନାନା ପୁରାଣ ଗ୍ରନ୍ଥ ବର୍ଣ୍ଣନା କରି ଅଛନ୍ତି ଗଙ୍ଗା ସ୍ୱର୍ଗରୁ ପ୍ରଥମେ ଏହାରି ଶୃଙ୍ଗରେ ପଡ଼ିପରେ୪ ଗୋଟି ଧାରାରେ ପୃଥିବୀକୁ ବହି ଆସି ଅଛନ୍ତି ଏହାର ଶୃଙ୍ଗରେ ଋଷି ଦେବଗଣଙ୍କଦ୍ୱାରା ପରିବେଷ୍ଟିତ ବ୍ରହ୍ମା ବାସ କରନ୍ତି ଆଧୁନିକ ଅନୁମାନ ଅନୁସାରେ ଏହା ହିମାଳୟର ଉତ୍ତରସ୍ଥ 'ପାମୀର' ନାମକ ମାଳଭୂମି ଅଟେ ପୁରାଣମତରେ ଏହାର ଚାରି ପାଖରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ବାସ କରନ୍ତି; ଏହାର ଶୃଙ୍ଗ ସ୍ୱର୍ଣ୍ଣମୟ; ଏହି ପର୍ବତ ଉପରିଭାଗର ପୂର୍ବାଂଶରେ ଇନ୍ଦ୍ରଙ୍କର ଅମରାବତୀ ପୁରୀ, ଅଗ୍ନିକୋଣରେ ଅଗ୍ନିଙ୍କର ତେଜସ୍ୱିନୀ ପୁରୀ, ଦକ୍ଷିଣରେ ଯମଙ୍କର ବୈବସ୍ୱନୀ ପୁରୀ, ଏହିପରି ଭିନ୍ନ ଭିନ୍ନ କୋଣରେ ଭିନ୍ନ ଭିନ୍ନ ପୁରୀ ଅଛି]

୨. ହିମାଳୟ —୨. The Himalayas.
୩. ଭୂମଣ୍ଡଳର ଉତ୍ତର ଓ ଦକ୍ଷିଣପ୍ରାନ୍ତ —୩. The north and south poles of the earth; the poles of he globe.
୪. ମେରୁ ହାଡ଼; ବେଶିରା ହାଡ଼ —୪. The spine; vertebral column.
୫. ମେରୁମାଳି; ଜପମାଲାର ଶିଖରେ ଥିବା ପ୍ରଧାନ ବୀଜ ବା ମାଳି —୫. The principal bead of the rosary.
୬. ଖଡ଼୍ଗାଦିର ମୁଷ୍ଟି ପ୍ରଦେଶ —୬. Hilt of a sword.
୭. କରମାଳାର ଅଙ୍ଗୁଳି ପର୍ବ ବିଶେଷ —୭. One of the finger joints used as a rosary.
୮. ହାରର ମଧ୍ୟମଣି —୮. The middle gem of a necklace.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଧି)

[ସମ୍ପାଦନା]
୧. ମେରି (ଦେଖ) - —୧. Meri (See)

[ଉ—ଦେଖ ଆସିଲାଣି ଏବେ ଧ୍ରୁବ ମେରୁ ବୁଲି, ମେରୁନରେ ସପ୍ତର୍ଷିର ସୁବର୍ଣ୍ଣ ବେଙ୍ଗଳା ରାଧାନାଥ. ମହାଯାତ୍ରା]

୨. (ସଂସ୍କୃତ - ମେରୁ) ମାଳାରେ ଥିବା ପ୍ରଧାନ ମାଳି — ୨. The principal ball of a garland.

[ଉ—ଶୟେ ଅଷ୍ଟ ଗୋଟି ଯେ ତୁଳସୀମାଳ କରି, ମେରୁ ବୋଲି ଏକଗୋଟି ସର୍ବ ପରେ ଭରି ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା]

୩. ମଦତ୍ ବା ଗୁଲି ଧୂଆଁ ଖାଇବାର ଚିଲନ୍ —୩. The fire-pot placed on the head of the hookah for smoking opium.
୪. (ଶରୀର ଭେଦ) ଅଣଚାସ ପବନ —୪. The last mortal gasps of a person.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅତି ବଡ଼; ପ୍ରକାଣ୍ଡ —Very big; tremendous big-sized.

[ଉ—ମହିମା ଅଗୋଚର ମେରୁ ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା]