ମେଳ
ଦେଖଣା
ମେଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ମିଳ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ମିଳନ; ସାକ୍ଷାତ୍ — ୧. Meeting; interview.
- ୨. ଐକ୍ୟ —୨. Unity.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲୋକ ସମାଗମ —୧. A gathering of people; crowd.
(ଉ—ବିଦ୍ୟ ପବନ ସୃଷ୍ଟି ସେ ମେଳରେ ପ୍ରକଟି, ଗୋଳେ ସେନାଙ୍କ ମୂର୍ଚ୍ଛା ତୁଟି ଭଞ୍ଜ. ବୈଦେହୀଶବିଳାସ)
- ୨. ପଞ୍ଝା; ଦଳ —୨. Crowed; assembly; party.
(ଉ—ଏଥୁ ଅନନ୍ତରେ ଉଠିଣ ଋଷି ମେଳ କୃଷ୍ଣସିଂହ. ମହାଭାରତ. ବନ)
- ୩. ସୌହାର୍ଦ୍ଦ୍ୟ — ୩. Friendship; good feeling.
- ୪. ସଂକୀର୍ତ୍ତନ, ଥିଏଟର୍, ଯାତ୍ରା ଆଦି ପାଇଁ ଗଠିତ ଦଳ —୪. A party formed for performing plays etc.
- ୫. ମନର ମିଳନ —୫. Agreement; concord.
- ୬. ବିବାଦ ପରେ ମିଳନ —୬. Reconciliation.
- ୭. ମେଳ; ବିଦ୍ରୋହ —୭. Conspiracy; mutiny.
- ୮. ଦଳ; ଗୋଷ୍ଠୀ —୮. Congregation; assemblage.
(ଉ—ବଣିକାରୁ ମେଳରେ ବ୍ରାହ୍ମଣେ ତ ଥିଲେ କୃଷ୍ଣସିଂହ. ମହାଭାରତ. ବନ)
- ୯. ସୁସଜ୍ଜିତ ଦ୍ରବ୍ୟ ସମୂହ — ୯. A well-arranged lot of things.
- ୧. ନମୁନା ବା ଆଦର୍ଶ ପରି ଅନ୍ୟ ବସ୍ତୁ — ୧୦. A thing similar to the specimen or model.
- ୧୧. ସହବାସ —୧୧. Union; cohabitation.
(ଉ—ନିଶ୍ଚେ ରଖିବି ଦେବକୁଳ, ତୁ ସ୍ୱାମୀସଙ୍ଗେ
କର ମଳ ଦଗନ୍ନାଥ. ଭାଗବତ)
ଅନୁବାଦ
[ସମ୍ପାଦନା]ମେଳ
|
- ୧୨. ଘାଗୁଡ଼ି ଆଦି ଅଳଙ୍କାରର ବହୁ ସଂଖ୍ୟକ ଏକ ସାର —୧୨. A set of some loose ornaments.
(ଉ—ମାଳେ ଘାଗୁଡ଼ି ବଡ଼, କି ମେଳେ ଘାଗୁଡ଼ି ବଡ଼?—ଢଗ)
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]କୌଣସି ଦେବତାଙ୍କ ଉତ୍ସବ ବିଶେଷ; ଯାତ୍ରା —The festival of a Deity.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯୁକ୍ତ; ମିଳିତ —୧. United; associated.
(ଉ— ଫୁଟିଛନ୍ତି କମଳ ନୀଳ ଉତପଳ, କୁମୁଦ କୁଳରେ ତ ହୋଇଛନ୍ତି ମେଳ କୃଷ୍ଣସିଂହ. ମହାଭାରତ. ବନ)
- ୨. ବନ୍ଧୁତା ସୂତ୍ରରେ ମିଳିତ —୨. United by a tie of friendship or blood-relationship.
(ଉ—ଲଙ୍କା ଅଧିକାରୀ, ସୀତା ନେଲା ହରି, ବାଳିକି ଶ୍ରୀରାମ ମାରି ହୋଇ ସୁଗ୍ରୀ ମେଳ, ବାନ୍ଧି ସିନ୍ଧୁ ଜଳ, ପ୍ରବେଶ ସୁବଳ ଗିରି ବିଶ୍ୱନାଥ. ରାମାୟଣ)