ମେଳକ
ଦେଖଣା
ମେଳକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମେଳକ
|
ସଂସ୍କୃତ - ବିଶେଷ୍ୟ - (ମେଳ+ସ୍ୱାର୍ଥେ. କ)
[ସମ୍ପାଦନା]- ୧. ସଂଗମ; ମିଳନ — ୧. Union; meeting.
- ୨. ସମୂହ; ଜନସମାଗମ; ମେଳା —୨. Collection; congregation; fair.
ସଂସ୍କୃତ - ବିଶେଷଣ - (ମିଳ୍ ଧାତୁ+ଣିଚ୍ ଅକ)
[ସମ୍ପାଦନା]- ୧. ଯେ ଦୁଇ ଜଣଙ୍କୁ ମିଳିତ କରାଏ —୧. Causing or bringing about a union.
- ୨. ସାମାଜିକ — ୨. Social.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଳ)
[ସମ୍ପାଦନା]ଭାକୀ ବର କନ୍ୟାଙ୍କ ଜାତକ ମଧ୍ୟରେ ଗ୍ରହାଦିର ପରସ୍ପର ଅନୁକୂଳତା — Concord or agreement between the horoscopes of the proposed bride and bridegroom.
[ଦ୍ରଷ୍ଟବ୍ୟ —ବିବାହ ପୂର୍ବରୁ ବରକନ୍ୟାଙ୍କର କୋଷ୍ଠୀର ଗ୍ରହ ନକ୍ଷତ୍ରାଦି ଗଣନା କରି 'ମେଳକ' ଦେଖାଯାଏ ବରର ଓ କନ୍ୟାର ଗଣ ମିଳନ (ନର, ରାକ୍ଷସ, ଦେବ), ବର— କନ୍ୟାଙ୍କର ନାଗନାଡ଼ି, ଅରିଷଡ଼ଷ୍ଟକ, ରାଜଯୋଟକ ଆଦି ଦେଖିବାକୁ ହୁଏ ଏହିପରି ଅନେକଗୁଡ଼ିଏ ବିଷୟ ଦେଖାଯାଇ ଦୁଇ ଜଣଙ୍କର ଜାତକ 'ସୁଝିଲେ' ବା 'ମେଳକ ହେଲେ' ବିବାହ ସ୍ଥିର ହୁଏ ବର କନ୍ୟାଙ୍କର ନକ୍ଷତ୍ର ଗଣନାରେ ଗଣ ଗଣନାରେ ନାଗନାଡ଼ୀ, ନର— ରାକ୍ଷସ ଏବଂ ରାଶିଗଣନାରେ ଅଭିଷଡ଼ଷ୍ଟକ ହେବାର ଦେଖାଗଲେ ବିବାହ ନିଷିଦ୍ଧ 'ରାଜଯୋଟକ' ଯୋଗ ଦେଖାଗଲେ ଅନ୍ୟ କିଛି ମେଳନ ନ ଦେଖି ବିବାହ ସ୍ଥିର କରାଯାଏ]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମିଳିତ; ଏକତ୍ର — ୧. United.
[ଉ—ବିଦ୍ୟୁସହକାର ଯେ ଭ୍ରମରେ ମେଳକ ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ]
- ୨. ଭେଟିବା; ହାବୁଡ଼ିବା —୨. Encountered.
[ଉ— ବଢ଼ିଲା ନଦୀ ଭେଳକରେ ମେଲକ, ହୋଇଣ ନିସ୍ତେଜ ଯଥା ଭଞ୍ଜ. ବୈଦେହୀଶବିଲାସ]