Jump to content

ମେଳା

ଉଇକିଅଭିଧାନ‌ରୁ

ମେଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମିଳ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ମସି; କାଳି —୧. Ink.
୨. ଅଞ୍ଜଳ; କଜ୍ଜଳ —୨. Collyrium; antimony.
୩. ମହାନୀଳୀ ଗଛ; ନୀଳ ଗୁଳ୍ମ — ୩. Indigo plant; Verbasina Scandens.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସଂସ୍ରବ; ମିଳନ; ସଂଙ୍ଗମ —୧. Company; cantact.

[ଉ—ବିଭୀତ ଚିତ୍ତ ନୋହିବ ରଜନୀ ମେଳାରେ ଭଞ୍ଜ. ବୈଦେହୀଶବିଳାସ]

୨. ମେଳନ —୨. Assemblage.

[ଉ—ଭାଲିଲା, ହୋଇଛି ଅବା ଏଥି ବନଦେବୀଙ୍କ ମେଳା ରାଧାନାଥ. ଉଷା]

୩. ଜନତା; ବହୁଜନସମାଗମ ଲୋକଗହଳି —୩. A gathering; crowding together of many people; a large concource of people.

[ଉ—ଚାହିଁ ଚାହିଁ ଗୋରୀ ଶ୍ୟାମଲା ଅବଳା ମେଳା ତପସ୍ୱିନୀ ତରକି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]

୪. ଯାତ, ଯାତ୍ରା; ମହୋତ୍ସବ (ଯହିଁରେ ଅନେକ ଲୋକ ଏକତ୍ର ହୁଅନ୍ତି) —୪. A big festival.
୫. ମଉଛବ; ବୋଜୀ —୫. Feast; banquet.
୬. ତୀର୍ଥାଦିରେ ବିଶେଷ ଯୋଗ ଉପଲକ୍ଷରେ ବହୁଲୋକଙ୍କ ସମାଗମ — ୬. A religious fair.
୭. ବହୁଜନ ସମାଗମ— କ୍ଷେତ୍ର; ହାଟ —୭. A place where many people congregate; a market place.

[ଉ—ଏ ଜଗତ ନୁହେ ମିଛ ମେଳା ମଦୁସୁଦନ ସଙ୍ଗୀତମାଳା]

୮. ବହୁ ବସ୍ତୁର ମିଳନ, ସମାହାର ବା ଏକତ୍ର ହେବା — ୮. Gathering; collection; aggregate.

[ଉ—ମଧୁ ମଧୁର ବଧୂ ଅଧର, କିଶୋର ବର ରଦନାମ୍ୱର ବିମ୍ୱ ଚୁମ୍ୱନ ଚୁଁକୃତିସ୍କନ ମେଳା କବିସୂର୍ଯ୍ୟ. କିଶୋରୀ ଚମ୍ପୁ ମ. ଗୀତ]

୯. ସମୂହ; ସଭା —୯. Assembly; meeting; association.

[ଉ—ମହାଶୂନ୍ୟେ ରହି ତାରକାର ମେଳା, ଭ୍ରୁଭଙ୍ଗେ ଦେଖନ୍ତି ଏ ଭବର ଖେଳା ରାଧାନାଥ. ନନ୍ଦକେଶ୍ୱରୀ]

=== ଦେଶଜ - ବିଶେଷଣ -

୧. ବହୁ ଜନପୂର୍ଣ୍ଣ —୧. Crowded; thronged; congested.
୨. ଅସଂଖ୍ୟ; ଅନେକ; ବହୁସଂଖ୍ୟକ — ୨. Multitudinous.
୩. ବହୁ ପଶୁପକ୍ଷୀ ଆଦିରେ ପୂର୍ଣ୍ଣ —୩. Crowded with many animals.

[ଉ—ବ୍ୟୋମ ନାସିକା ନର୍ତ୍ତନେ ହୋଇଅଛି ମେଳା ଭଞ୍ଜ. ବୈଦେହୀଶବିଳସ]