Jump to content

ମେଷ ସଂକ୍ରମଣ

ଉଇକିଅଭିଧାନ‌ରୁ

ମେଷ ସଂକ୍ରମଣ

ଉଚ୍ଚାରଣ

[ସମ୍ପାଦନା]

(ମେଷ ସଂକ୍ରାନ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୈଶାଖ ସଂକ୍ରାନ୍ତି; ପଣାସଂକ୍ରାନ୍ତି; ମହାବିଷୁବ ସଂକ୍ରାନ୍ତି ଓଡ଼ିଆ କୃଷିବର୍ଷ ଓ ପାଞ୍ଜି ବର୍ଷ ଗଣନାର ଆଦ୍ୟ ଦିବସ — The ୧st day of the solar month of B&aline;i̱ṡākha.

[ଦ୍ରଷ୍ଟବ୍ୟ —ଏ ଦିନ ଓଡ଼ିଆ ପାଞ୍ଜିରେ ନବବର୍ଷ ଆରବ୍ଧ ହୁଏ; ତୁଳସୀ ଗଛ ଉପରେ ଛାୟା ଓ ସଛିଦ୍ର ଜଳ ଘଟୀ ରଖାଯାଇ ମାସକ ଯାକ ଗଛରେ ପାଣି ଦିଆଯାଏ; ଅନେକ ସ୍ଥାନରେ ଝାମୁ ଯାତ୍ରା, ଛଉନାଟ ଓ ଚଡ଼କ ପୂଜା କରାଯାଏ; ସିଂହ ଭୂମି ଅଞ୍ଚଳରେ ଓଡ଼ିଆମାନେ ଘର ଲିପା ପୋଛା କରି ପୂଜା, ଧର୍ମପୁସ୍ତକ ପାଠ, କର୍ତ୍ତନ ଓ ଭୋଜୀ କରନ୍ତି ଗଞ୍ଜାମ ଅଞ୍ଚଳରେ ଶିଶୁମାନଙ୍କ ପେଟରେ ଚଉଦିଆ ଯାଏ ବ୍ରାହ୍ମଣମାନଙ୍କୁ ଛତା; ବିଞ୍ଚଣା, ପଣା ଓ ଜଳଘଟୀ ଦାନ କରାଯାଏ ବାଙ୍କି ଆଦି ଅଞ୍ଚଳରେ ଦଦକ ନିଆଁ ଉପରେ ବ୍ରତଧାରୀମାନେ ଖାଲି ଗୋଡ଼ରେ ଚାଲନ୍ତି ଏ ଦିନ ବଙ୍ଗ ଓ ଉତ୍କଳର ଅନେକ ସ୍ଥଳରେ ଶ୍ରୀ ଶ୍ରୀ ରାଧାରମଣ ଦେବ ବାବାଜିଙ୍କର ଜନ୍ମୋତ୍ସବ ଅନୁଷ୍ଠିତ ହୁଏ]