ମୋକ୍ଷ
ମୋକ୍ଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୋକ୍ଷ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ମୁକ୍ତି; ପରିତ୍ରାଣ; ଉଦ୍ଧାର —୧. Deliverance; liberation.
- ୨. ସ୍ୱାଧୀନତା ପ୍ରାପ୍ତି —୨. Emancipation; freedom.
- ୩. ନିର୍ବାଣ; ନିତ୍ୟସୁଖପ୍ରାପ୍ତି; ଅପବର୍ଗ; ଜୀବର ଏ ପୃଥିବୀରେ ବାରମ୍ୱାର ଜନ୍ମ ଓ ମରଣପୂର୍ବକ ବନ୍ଧନରୁ ମୁକ୍ତି — ୩. Final beatitude; salvation.
[ଦ୍ରଷ୍ଟବ୍ୟ — ଧର୍ମ, ଅର୍ଥ, କାମଓ ମୋକ୍ଷ ଏହି ଚାରୋଟି ପୁରୁଷାର୍ଥ ବା ମନୁଷ୍ୟ ଜୀବନର ଚତୁର୍ବର୍ଗ—ଧର୍ମାନୁଶାସ୍ତ୍ରନୁଯାୟୀ ଆଚାର; ଅର୍ଥ=ଧନ, ସମ୍ପତ୍ତି କାମ=ଅଭୀଷ୍ଟସିଦ୍ଧି; ମକ୍ଷ=ମୁକ୍ତି ବା ନିର୍ବାଣ, ଏହି ଚତୁର୍ବର୍ଗ ମନୁଷ୍ୟ ଜୀବନର ଲକ୍ଷ୍ୟ ଓ ତହିଁ ମଧ୍ୟରେ ମୋକ୍ଷ ପ୍ରଧାନ ଅଟେ ବୋଲି ହିନ୍ଦୁ ଶାସ୍ତ୍ରରେ ଉପଦେଶ ଜୀବର ପୃଥିବୀରେ ବାରଂବାର ଜନ୍ମିବା ଓ ମରିବାରୂପ ବନ୍ଧନରୁ ମୁକ୍ତିଲାଭକୁ ମୋକ୍ଷ ବୋଲାଯାଏ ମୋକ୍ଷ ଲାଭ କରିବା ବ୍ୟକ୍ତି ପୃଥିବୀରେ ଆଉ ଜନ୍ମଗ୍ରହଣ କରେ ନାହିଁ ମୋକ୍ଷଲାଭର ଉପାୟ ଅତ୍ମତତ୍ତ୍ୱର ବା ବ୍ରହ୍ମ ତତ୍ତ୍ୱର ସାକ୍ଷାତ୍ କାର ବୋଲି ନିର୍ଦିଷ୍ଟ ହୋଇଅଛି ନ୍ୟାୟ ଦର୍ଶନ ମତରେ ଦୁଃଖରେ ଅତ୍ୟନ୍ତିକ ନାଶହିଁ ମୁକ୍ତି ବା ମୋକ୍ଷ ସାଂଖ୍ୟମତରେ ଅଧ୍ୟାତ୍ମିକ, ଆଧିଦୈବିକ ଓ ଆଧି ଭୌତିକ ତ୍ରିବିଧ ତାପର ସମୂଳନାଶହିଁ ମୋକ୍ଷ ବେଦାନ୍ତ ଦର୍ଶନ ମତରେ ପୂର୍ଣ୍ଣଆତ୍ମଜ୍ଞାନଦ୍ୱାରା ମାୟାସଂବନ୍ଧନରୁ ରହିତ ହୋଇ ଶୁଦ୍ଧ ବ୍ରାହ୍ମସ୍ୱରୁପଙ୍କ ବୋଧ ପ୍ରାପ୍ତ କରିବନାହିଁ ମୋକ୍ଷ ଉଳତଃ ସବୁପ୍ରକାରର ସୁଖଦୁଃଖ, ମୋହମାୟା, ଅଜ୍ଞାନ ଆଦିରୁ ମୁକ୍ତିହିଁ ମୋକ୍ଷ ଅଟେ ମୋକ୍ଷପ୍ରାପ୍ତ ଜୀବ ଚିରକାଳ ପାଇଁ ସବୁପ୍ରକାର କଷ୍ଟରୁ ଓ ବନ୍ଧନରୁ ମୁକ୍ତିଲାଭ କରେ]
- ୪. ନିୟତି; ମରଣ —୪. Death.
- ୫. ଦାୟିତ୍ୱରୁ ନିଷ୍କୃତି —୫. Acquittance from an onligation.
- ୬. ସୂର୍ଯ୍ୟର ବାଚନ୍ଦ୍ରର ଗ୍ରହଣକାଳୀନ ଗ୍ରାସରୁ ମୁକ୍ତି — ୪. Liberation of the sun or the moon from the eclise.
- ୭. ସଂସାର ବନ୍ଧନରୁ ଓ ମାୟାରୁ ମୁକ୍ତି —୭. Emancipation from the bonds and delusions of the world.
- ୮. ମୋଚନ; ହୁଗାଳିବା —୮. Loosening
[ତାର ମୋର ନୀବି ମୋକ୍ଷ ୮ ମୋକ୍ଷ ୭—ଭଞ୍ଜ. ପ୍ରେମସୁଧାନିଧି]
- ୯. ଘଣ୍ଟା ପାଟଳୀ ଗଛ; ମୁଷ୍କକ ବୃକ୍ଷ —୯. A kind of tree Schrebra Swientenioides, Chelonioides.
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ମୁଖ୍ୟ)
[ସମ୍ପାଦନା]ମୁଖ୍ୟ; ପ୍ରଧାନ —Chief.
ଦେଶଜ - ବିଶେଷଣ -
[ସମ୍ପାଦନା]ଲୁପ୍ତ —Vanished; extinct.
[ଉ— ବେନି ବେନି ଭାବ ପ୍ରଭାବ ସ୍ୱଭାବ ମୋକ୍ଷ କେଉଁ ଆଶେ ନ ପାଇଲା ଗୋ—ଭଞ୍ଜ. ବୈଦେହିଶବିଳାସ]