ମୋଡ଼ା
ଦେଖଣା
ମୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମୂଡ଼୍ ଧାତୁ)
[ସମ୍ପାଦନା]- ୧. ବଳିକା; ମୋଡ଼ିବା — ୧. Twisting; bending.
- ୨. ଅନ୍ୟ ଦିଗକୁ ବୁଲାଇବା —୨. Turning to another direction.
[ଉ— ବନଜ—ବଦନ ମୋଡ଼ା ଦନ୍ତଭିଡ଼ା ଶୋଭା କାହିଁ ବ୍ରହ୍ମାଣ୍ଡରେ —ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି]
ଅନୁବାଦ
[ସମ୍ପାଦନା]ମୋଡ଼ା
|
- ୩. (ସଂସ୍କୃତ - ମୁଣ୍ଡ) ବାଉଁଶ ବା ବେତରେ ନିର୍ମିତ ଉଚ୍ଚ ଆସନବିଶେଷ; ମୋଡ଼ିଆ —୩. A stool made of bamboo or cane or wicker work.
- ୪. (ସଂସ୍କୃତ - ମୋଟନ) ଅଙ୍ଗ ପ୍ରତ୍ୟଙ୍ଗାଦି ଘଷିବା — ୪. Massage; rubbing of the body.
- ୫. ବକ୍ରୀ କରଣ —୫. Tuning.
- ୬. ପରାଜୟ —୬. Defeat.
[ଉ—ଘଟୋତ୍କତ ବିନା କର୍ଣ୍ଣଙ୍କୁ ଯୁଦ୍ଧେ ମୋଡା, ଦେବାକୁ ନାହିଁ ଯେତେ ଛନ୍ତି ରଥୀ ଭିଡା—କୃଷ୍ଣସିଂହ. ମହାଭାରତ. ଦ୍ରୋଣ]
- ୭. ହାଣ୍ଡି ଆଦି ରଖିବା ପାଇଁ ବଳା ଯାଇ— ଥିବା କୁଟାର ମଳା —୭. A cushion made with a twisted ring of straw.
- ୮. ଏକପ୍ରକାର ଛୁଇଁ; ମୋଡ଼ା ଛୁଇଁ —୮. A kind of pod.
- ୯. ମୋଟକ (ଦେଖ) - —୯. Moṭaka (See)
- ୧. ଓଳିଆ ଆଦିରେ ବ୍ୟବହୃତ ମଳା ପରି ଦଉଡ଼ି — ୧୦. Twisted straw or rope for making oḻiās.
- ୧୧. ସୂତା ଆଦି ବହୁ ଥର ଗୁଡ଼ିଆ ହୋଇଥିବା କୁଣ୍ଡଳୀ —୧୧. A coil of yarn or thread.
ଦେଶଜ - ବିଶେଷଣ -
[ସମ୍ପାଦନା]ବଳା ହୋଇଥିବା —Twisted.