ମୋଡ଼ିବା
ଦେଖଣା
ମୋଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମୋଡ଼ିବା
|
(ମୋଡ଼ି ଦେବା—ଅନ୍ୟରୂପ)
[ମୋଡ଼ା ଯି(ହେ)ବା—କର୍ମବାଚ୍ୟରୂପ]
ଦେଶଜ - କ୍ରିୟାପଦ - (ସଂସ୍କୃତ - ମୁଡ୍ ଧାତୁ)
[ସମ୍ପାଦନା]- ୧. ବକ୍ର କରିବା; ବଙ୍କେଇବା —୧. To bend; to twist.
[ଉ— ବସିଲା ଶ୍ରୀମୁଖ ମୋଡ଼ି କବିସୂର୍ଯ୍ୟ. ରତ୍ନାକର ଚମ୍ପୂ 'ବ' ଗୀତ ]
- ୨. ଅନ୍ୟ ଦିଗକୁ ବୁଲାଇବା; ଫେରାଇବା, ଅନ୍ୟ ଦିଗକୁ ଲେଉଟାଇବା — ୨. To turn round.
[ଉ—ଧୁନ୍ଧୁ ସେ ଘାତ ପାଇ ନିଦ୍ରାକୁ ଛାଡ଼ିଲା, ଇଷି ଭାଷି ଅଳପ ଗଣ୍ଡିକି ମୋଡ଼ିଲା କୃଷ୍ଣସିଂହ. ମହାଭାରତ. ବନ ]
- ୩. (ସଂସ୍କୃତ - ମୁଟ୍ ଧାତୁ)
ଅନୁବାଦ
[ସମ୍ପାଦନା]ମୋଡ଼ିବା
|
ହାତ ଗୋଡ଼ ଆଦିକୁ ଟାଣ କରି ଘଷିବା; ଅଙ୍ଗ ମର୍ଦ୍ଦନ କରିବା —୩. To massage the limbs; to snap the limbs; to shanpoo.
- ୪. (ସବାରି ବେହେରାଙ୍କ ଡାକ) ସବାରି ବାଉଁଶର ଗତିକୁ କାନ୍ଧର ବଳଦ୍ୱାରା ନିୟନ୍ତ୍ରିତ ରକରିବା — ୪. To direct the direction of a palki by applying force on the pole of the palki with the shoulders.
- ୫. (ଲକ୍ଷଣାର୍ଥ) ଗଛ ଆଦିକୁ ହାତଦ୍ୱାରା ମଳି ମାରି ପକାଇବା —୫. To kill plants by twisting its stem.