ମୋହନ
ଦେଖଣା
ମୋହନ
ଉଚ୍ଚାରଣ
[ସମ୍ପାଦନା](ମୋହନୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମୁହ୍ ଧାତୁ+ଣିଚ୍+ ଭାବ. ଅନ)
[ସମ୍ପାଦନା]- ୧. ମୁଗ୍ଧ କରିବା —୧. Act of fascination.
[ ଉ— ମୋହିନୀ ମୋହନେ ପ୍ରକାଶି ସୁରସ, ରସନା ଅଗ୍ରେ ବୁଲାଇବା ଭଞ୍ଜ. ପ୍ରେପସୁଧାନିଧି ]
- ୨. ମୁଗ୍ଧ ହେବା —୨. Becoming fascinated.
- ୩. (+ କରଣ ଅନ)—ମେଥୁନ —୩. Copulation
- ୪. ପ୍ରଲୋଭନ —୪. Seduction; the overpowering of reflection by sensual allurements.
- ୫. (+କର୍ତ୍ତୃ. ଅନ)—କନ୍ଦର୍ପର ବାଣବିଶେଷ — ୫. Name of one of the five arrows of god Cupid.
- ୬. ଧୁସ୍ତର ବା ଧାତୁରା ଗଛ — ୬. The Dhatura plant.
- ୭. ମନ୍ତ୍ରତନ୍ତ୍ରାଦିଦ୍ୱାରା ମନୁଷ୍ୟକୁ ମୁଗ୍ଧ କରିବା; ତନ୍ମୋକ୍ତ ଅଭିଚାରବିଶେଷ — ୭. Enchanting a person by employing Tantric charms.
- ୮. ଶ୍ରୀକୃଷ୍ଣ(ହିନ୍ଦୀ - ଶ) — ୮. Srīkṛushṇa
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. (କର୍ତ୍ତୃ + ଅନ)—ମୋହଜନକ —୧. Fascinating.
- ୨. ମନୋମୋହକର —୨. Charming, enchanting.
[ ଉ—କିମୋହନ ଲୀଳା ଧରି, କୋଟି କଳାକର ଶିରୀ, ପୂରିଛି ସେ ଶ୍ୟାମ ମୂରତିରେ କବିସୂର୍ଯ୍ୟ. କିଶୋରୀଚମ୍ପୂ କ. ଗୀତ ]
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କୁ ଦିଆଯିବା ନାମ — Name given to males.
[ ଦ୍ର—ମୋହନ ଶଦ୍ଦ ରାମ, ହର, ହରି, କୃଷ୍ଣ, ରାଧା, ମନଃ, ବ୍ରଜ, ଫକୀର, ଲାଲ, ଯତୀନ୍ଦ୍ର, ସୁରେନ୍ଦ୍ର, ସୌରୀନ୍ଦ୍ର, ଗୌରୀ, ଗୋପୀ, ଜଗ, ଜଗତ୍, ଦୁର୍ଗା, ପାର୍ବତୀ, ଚନ୍ଦ୍ର, ମୋହନୀ, କ୍ଷେତ୍ର, ମଥୁରା, ଗିରିଜା ପ୍ରଭୃତି ଶବ୍ଦ ପରେ ମଧ୍ୟ ନାମକରଣରେ ପ୍ରଯୁକ୍ତ ହୁଏ]
ମୋହନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଓଡ଼ିଶା ଗଡ଼ଜାତରେ ଜାତ ଏକ ପ୍ରକାର କାଠ ଗଛ; ମଇ ଗଛ (ଦେଖ) - —A tree; Odina Wodier; Mai tree (See)