ମୋହିନୀ
ଦେଖଣା
ମୋହିନୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ମୋହନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଯାଦୁ; ଗୁଣି; ବଶୀକରଣ ମନ୍ତ୍ର —୧. Charm; enchntment.
- ୨. ଉପୋଦକୀ; ପୋଇ ଶାଗ —୨. A portherb; the Basella creeper.
- ୩. ବଟପତ୍ରୀ ନାମକ ଗୁଲ୍ମ —୩. The name of a plant; Alotric Nyacinthoides.
ଦେଶଜ - ବିଶେଷ୍ୟ - (ସ୍ତ୍ରୀ)
[ସମ୍ପାଦନା]ମନମୋହିନୀ ନାମ୍ନୀ ସ୍ତ୍ରୀର ଡାକ ନାମ — Name for calling a female named Manamohinī
ମୋହିନୀ
ଉଚ୍ଚାରଣ
[ସମ୍ପାଦନା](ମୋହୀ—ପୁଂ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ମୋହ+ଅସ୍ତ୍ୟର୍ଥେ. ଇନ୍ +ସ୍ତ୍ରୀ. ଈ)
[ସମ୍ପାଦନା]- ୧. ମୋହକାରିଣୀ —୧. Enchanting; fascinating (female).
- ୨. ବଞ୍ଜନାକାରିଣୀ — ୨. Beguiling (female).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ତ୍ରିପୁର—
ମାଳି ବା ତିପୁରା ମଲ୍ଲୀ ଫୁଲ —୧. A variety of jasmine with three folds of petals.
- ୨. ସମୁଦ୍ର ମନ୍ଥନକାଳରେ ଅସୁରମାନଙ୍କୁ ମୋହିତ କରିବା ପାଇଁ ନାରାୟଣଙ୍କର ସ୍ତ୍ରୀରୂପ ଅବତାର ବିଶେଷ —୨. An incarnation of Visnu in the shape of an enchanting damsel to beguile the demons at the churning of the ocean.
- ୩. ସ୍ୱର୍ବେଶ୍ୟା ବା ଅପ୍ସରୋବିଶେଷ —୩. Name of a heavenly courtsan.
[ଦ୍ରଷ୍ଟବ୍ୟ —ଏହାଙ୍କ ଶାପରେ ବ୍ରହ୍ମା ଜଗତରେ ଅପୂଜ୍ୟ ହେଲେ]
- ୪. ତନ୍ତ୍ରଶାସ୍ତ୍ରୋକ୍ତ ଅଭିଚାର ବା ପ୍ରୟୋଗବିଶେଷ (ଯାହା ପ୍ରଭାବରେ ସମସ୍ତେ ମୋହିତ ଓ ନିଶ୍ଚେଷ୍ଟ ହୋଇ ପଡ଼ନ୍ତି) —୪. Name of a tantric charm which when applied enchants its subjects.
- ୫. ମୋହିତକାରିଣୀ ସ୍ତ୍ରୀ — ୫. An enchanting lady.
- ୬. ବଞ୍ଚନାକାରିଣୀ ସ୍ତ୍ରୀ — ୬. A beguiling lady.
- ୭. ବୈଶାଖ ଶୁକ୍ଳ ଏକାଦଶୀ (ହିନ୍ଦୀ - ଶ.) —୭. The eleventh day of the bright lunar fortnight of B&aline;i̱ṡākha.
- ୮. ଯାଦୁ; ଗୁଣି (ହିନ୍ଦୀ - ଶ.) —୮. Charm.