Jump to content

ମୟୂରଭଞ୍ଜ

ଉଇକିଅଭିଧାନ‌ରୁ

ମୟୂରଭଞ୍ଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଓଡ଼ିଆ ରାଜ୍ୟମାନଙ୍କ ମଧ୍ୟରେ ନେତୃ— ସ୍ଥାନୀୟ ରାଜ୍ୟ —Name of a leading Oriya state in the Eastern States Agency.

[ଦ୍ରଷ୍ଟବ୍ୟ —ଓଡ଼ଆ ଗଡ଼ଜାତମାନଙ୍କ ମଧ୍ୟରେ ଏହା ପ୍ରାଚୀନତମ ଓ ପ୍ରଧାନ୍ୟ ରାଜ୍ୟ ଦୁଇ ହଜାର ବର୍ଷ ତଳେ ରାଜପୁତାନାର ଜୟପରୁ ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ରାଜତ୍ୱ କରୁଥିଲେ ପ୍ରଥମେ ଏହାର ନାମ ହରିହର ପୁର ଥିଲା 'ମୟୂର' ରାଜବଂଶର ସଙ୍କେତ ଥିବାରୁ ଓ ରାଜାମାନେ ଭଞ୍ଜବଂଶୀୟ ଥିବାରୁ ରାଜ୍ୟପରେ ମୟୂରଭଞ୍ଜ ନାମରେ ପରିଚିତ ହେଲା ଗଜପତି ରାଜାଙ୍କ ରାଜତ୍ୱରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ , ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଓ ସିଂହଭୂମି ଓ ମାନଭୂମିର ଅଞ୍ଚଳମାନ ଏହି ରାଜ୍ୟର ଅନ୍ତର୍ଗତ ଥିଲା କାଳକ୍ରମେ ଏ ସବୁ ରାଜ୍ୟ ମୟୂରଭଞ୍ଜରୁ ବିଚ୍ଛିନ୍ନ ହୋଇଅଛି କୃପାସିନ୍ଧୁ. ଇତିହାସ

ଏ ରାଜ୍ୟର ଅଧିପତିମାନଙ୍କର ମହାରାଜ ଉପାଧି ବଂଶାନୁଗତ ଅଟେ ଏ ରାଜ୍ୟ ମହାରାଜାମାନେ ବଂଶାନୁକ୍ରମେ ଉତ୍କଳରେ ବହୁ କୀର୍ତ୍ତି ସ୍ଥାପନ କରିଅଛନ୍ତି ସ୍ୱର୍ଗୀୟ ମହାରାଜା କୃଷ୍ଣଚନ୍ଦ୍ର କଟକ ରେଭେନ୍ସା କଲେଜର ପ୍ରତିଷ୍ଠାକଳ୍ପେ ବହୁ ସହସ୍ର ମୁଦ୍ରା ଦାନ କରିଥିଲେ ତାଙ୍କ ପୁତ୍ର ସ୍ୱର୍ଗୀୟ ମହାରାଜା ଶ୍ରୀରାମଚନ୍ଦ୍ର ଉତ୍କଳର ଆଦର୍ଶ ଶାସକ ନରପତି ଓ ସାହିତ୍ୟାନୁରାଗୀ, ମହା ପଣ୍ଡିତ, ଦାତା ଓ ଉଦାରମନା ମନା ଥିଲେ ତାଙ୍କର ପ୍ରଥମ ପୁତ୍ର ସ୍ୱର୍ଗୀୟ ମଜାରାଜ ପୂର୍ଣ୍ଣଚନ୍ଦ୍ର ପିତୃଦେବଙ୍କ ପଦ ଅନୁସରଣ କରି ଥିଲେ ସେ ନିଃସନ୍ତାନ ଅବସ୍ଥାରେ ମୃତ ହେବାରୁ ତାଙ୍କର କନିଷ୍ଠ ମହାରାଜ ପ୍ରତାପଚନ୍ଦ୍ର ବର୍ତ୍ତମାନ ମହାରାଜ ଅଟନ୍ତି ପ୍ରତାପଚନ୍ଦ୍ର ପିତୃ ମହୋଦୟଙ୍କ ପରି ଆଦର୍ଶ ନରପତି ଓ ଦାତା ଅଟନ୍ତି ତାଙ୍କର ବିଶିଷ୍ଟ ସହୟତା ଲାଭ କରି ଥିବାରୁ ଭ୍ରାତୃଭକ୍ତ ମହାରାଜଙ୍କ ସୂଚନାକ୍ରମେ ପୂର୍ଣ୍ଣଚନ୍ଦ୍ରଙ୍କ ନାମ ଏ ଭାଷାକୋଷର ନାମ ପୂର୍ବେ ଯୁକ୍ତ ହୋଇଅଛି ଓଡ଼ିଆ ଗଡଜାତମାନଙ୍କ ମଧ୍ୟରେ ଉଚ୍ଚ ଆଦର୍ଶ ଅନୁସାରେ ବଂଶାନୁକ୍ରମେ ଶାସିତ ମୟୂରଭଞ୍ଜ ରାଜ୍ୟର ବୈଶିଷ୍ଟ ଭାରତ ବିଶ୍ରୁତ ]