ଯନ୍ତ୍ରୀ
ଦେଖଣା
ଯନ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - . (ସଂସ୍କୃତ - ଯନ୍ତ୍ର)
[ସମ୍ପାଦନା]- ୧. ଯନ୍ତ୍ରମନ୍ତ୍ର ବା ଗୁଣିଗାରିଡ଼ିରେ ପ୍ରୟୋଗ କରାଯିବା ଛୋଟ କାଠି —୧. Small twigs used in the employment of black magic.
[ଉ—ଆଠ ଖଣ୍ଡି କାଠିକି ୧୬: ଖଣ୍ଡି ଯନ୍ତ୍ରି, ଅବୁଝାମଣା ରଜାକୁ ପାଳବିଣ୍ଡା ମନ୍ତ୍ରୀ ଢଗ]
- ୨. କାଲେଣ୍ଡର୍; ପଟ୍ଟ ପଞ୍ଜିକା —୨. Sheet calender.
ପ୍ରାଦେଶିକ - (ସମ୍ୱଲପୁର)
[ସମ୍ପାଦନା]ଚିକି; ପେଷଣା ଚକି —Grinding mill; hand mill.
ଯନ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା](ଯନ୍ତ୍ରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଯନ୍ତ୍ର+ଅଛି ଅର୍ଥରେ ଇନ୍, ୧ମା. ୧ବ)
[ସମ୍ପାଦନା]- ୧. ଯନ୍ତ୍ର ଯୁକ୍ତ —୧. Having instrument.
- ୨. ଚକ୍ରାନ୍ତ— କାରୀ —୨. Conspiring; designing; plotting.
- ୩. ଯନ୍ତ୍ର ସମ୍ୱନ୍ଧୀୟ —୩. Mechanical; instrumental.
- ୪. ଧୂର୍ତ୍ତ —୪. Ingenuous; crafty.
- ୫. ଉଦ୍ଭାବନଶୀଳ —୫. Inventive; projecting.
- ୬. ଜିନ୍ ଓ ଲଗାମ ଆଦିରେ ସଜ୍ଜିତ (ଘୋଡ଼ା) —୬. Harnessed; furnished with trappings (Apte).
- ୭. ଡେଉଁରିଆଦ୍ୱାରା ସୁରକ୍ଷିତ (ବ୍ୟକ୍ତି) —୭. (a person) protected by charms or amulet.
- ୮. ଉତ୍ପୀଡ଼ନକାରୀ —୮. Tormenting.
- ୯. ନିଯନ୍ତ୍ରଣକାରୀ —୯. Restraining; controlling.
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଶିଳ୍ପକାର; ଶିଳ୍ପୀ — ୧. A mechanic; an artisan.
- ୨. ଯନ୍ତ୍ରସ୍ୱାମୀ —
୨. The master of a machine.
- ୩. ଯନ୍ତ୍ରକୁଶଳ ବ୍ୟକ୍ତି —୩. An engineer.
- ୪. କୌଣସି ଅନୁଷ୍ଠାନର ସୁତ୍ରଧର ବ୍ୟକ୍ତି —୪. The superintendent or head of an institution.
- ୫. ଉତ୍କୃଷ୍ଟ ବାଦକ — ୫. A musician.
- ୬. କଳ କାରଖାନା ଘରର ମାଲିକ; ମେନେଜର; ଯନ୍ତ୍ର ଚାଳନା ସମ୍ୱନ୍ଧେ ତତ୍ତ୍ୱାବଧାରକ; ପ୍ରଧାନ ଚାଳକ —୬. Manager of a workshop or factory.
- ୭. ଗୁଣୀ ଜନ —୭. A wise man.
- ୮. ଚକ୍ରାନ୍ତକାରୀ; ମେଳିଆ —୮. A conspirator, a plotter.
- ୯. ପଞ୍ଜିକା —୯. An almanac.
- ୧. ସଣ୍ଡଆସି; ଚୁମୁଟା —୧୦. A pair of tongs.
- ୧୧. ଗୁଣିଆ; ତନ୍ତ୍ର ମନ୍ତ୍ରରେ ପ୍ରବୀଣ ବ୍ୟକ୍ତି (ହିନ୍ଦୀ - ଶ) — ୧୧. A person skilled in the art of magic or in applying charms.
- ୧୨. ନିୟାମକ ବ୍ୟକ୍ତି —୧୨. A controller; regulator.
ଅନୁବାଦ
[ସମ୍ପାଦନା]ଯନ୍ତ୍ରୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯନ୍ତ୍ରବିଦ୍ୟାରେ ବ୍ୟବହୃତ ମନ୍ତ୍ର କାଟୁ କରିବା ନିମନ୍ତେ ତହିଁ ସଙ୍ଗେ ପ୍ରୟୋଗ କରାଯିବା ଉପାୟ —୧. Charms accompanying magical incantations.
- ୨. ଯେଉଁ ଫଳକରେ ବା ପଟ୍ଟରେ ବର୍ଷର ବା ମାସର ସମସ୍ତ ଦିବସର ପାଞ୍ଜି ଲେଖାଥାଏ —୨. Calendar; wallcalendar.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଚକି — Grinding stone; handmill.