ଯବ
ଯବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯୁ. ଧାତୁ ମିଶ୍ରିତ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. କୃଷିଜାତ ଶୂକଧାନ୍ୟ; ଯଅଧାନ —୧. Barley; Hordeum Vulgare; Hordeum Haxasticum.
[ଦ୍ରଷ୍ଟବ୍ୟ —ଏହା କୃଷିଜାତ ଶସ୍ୟ ଏହାର କେଣ୍ଡାରେ ଛଅ ଧାଡ଼ି ଶସ୍ୟ ଫଳେ ଏହାକୁ ଚୂରି ପିଠା ଓ ଜାଉ ଆଦି କରି ଖିଆଯାଏ ଯେଉଁ ଯବ ଧାନର ଶୂକ (ଶିଂଘ) ଧଳା ତାହାର ନାମ ଯବ; ଶୂକ— ଶୂନ୍ୟ ଯବକୁ ଅତିବି, ହରିଦ୍— ବର୍ଣ୍ଣ ଯବକୁ ତୋକ୍ୟ ଓ ଛୋଟ ଯବକୁ ସ୍ୱଳ୍ପଯବ ବୋଲାଯାଏ ବୈଦ୍ୟଶାସ୍ତ୍ରମତରେ ଏହା କଷାୟ— ମଧୁର, ଶୀତଳ, ଲେଖନ ଗୁଣ— ଯୁକ୍ତ, ମୃଦୁବୀର୍ଯ୍ୟ, ବ୍ରଣରୋଗରେ ତିଳପରି ହିତକର, ରୁକ୍ଷ, ଅଗ୍ନିବର୍ଦ୍ଧକ, କଟୁବିପାକ; ଅନଭିସ୍ୟନ୍ଦୀ, ସ୍ୱରପ୍ରସାଦକ, ବଳକାରକ, ଗୁରୁ ଓ ବାୟୁର ଏବଂ ମଳର ଅତିଶୟ ବର୍ଦ୍ଧିକ, ବର୍ଣ୍ଣପ୍ରସାଦକ, ଶରୀରର ସ୍ଥିରତା— ସମ୍ପାଦକ ଓ ପିଚ୍ଛିଳ ଏହା କଣ୍ଠରୋଗ, ଚର୍ମରୋଗ, ପିତ୍ତ, ମେଦଃ, ପୀନସ, ଶ୍ୱାସ, କାସ, ଉରୁସ୍ତମ୍ଭ, ରକ୍ତଦୋଷ ଓ ତୃଷ୍ଣାନାଶକ ନୂତନ ଯବ ହିତକର ଦୁଇ ବର୍ଷର ପୁରୁଣା ଯବ ବିରସ, ରୁକ୍ଷ ଓ ଗୁଣହୀନ ହୁଏ ପୁରୁଣା ଯବ ରୋଗୀର ପଥ୍ୟ—ଦ୍ରବ୍ୟଗୁଣ]
- ୨. ପରିମାଣ ବା ଓଜନ ବିଶେଷ, (ଏହା ୪ ଧାନ ବା ୬ ସୋରିଷର ଓଜନ ସଙ୍ଗେ ସମାନ) — ୨. A unit of weight representing the weight of a barley corn or ୪ paddy seeds or ୬ mustard seeds.
- ୩. ହାତ ଆଙ୍ଗୁଠିର ପର୍ବ— ସନ୍ଧିମାନଙ୍କରେ ଥିବା ଯବାକାର ରେଖା —୩. Natural lines on the joints of the fingers of the hauman hand, resembling barley corn and indicative of the possessor's prosperity. according to palmistry.
[ଦ୍ରଷ୍ଟବ୍ୟ — ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ସବୁ ରେଖାରୁ ଧନ, ସନ୍ତାନ, ସୌଭାଗ୍ୟାଦି ସୂଚିତ ହୁଏ ]
- ୪. ଦୈର୍ଘ୍ୟ ପରିମାଣ ବିଶେଷ; ଯବଧାନକୁ ଚଉଡା ବାଗରେ ରଖିଲେ ତାହା ଯେତେ ସ୍ଥାନ ଅଧିକାର କରେ ସେତିକି ପରିମାଣ; ଯବୋଦର ପରିମିତ ଦୈର୍ଘ୍ୟ —୪. A unit of length=୧/୮ of an inch
- ୫. ବେଗ —୫. Velocity; speed.
- ୬. ଦ୍ୱିପୁଟପୃଷ୍ଠ କାତ —୬. A double convex lens.
- ୭. ଯବ ଦ୍ୱୀପ —୭. The island of J̄āvā.
- ୮. ଦୁଇ ମୁଣ୍ଡ ସରୁଆ ଓ ମଝି ମୋଟା ହୋଇଥିବା ବସ୍ତୁ (ହିନ୍ଦୀ - ଶ) — ୮. Anything tapering to a narrow point at each and and awollen in the middle
ପ୍ରାଦେଶିକ - (ବାମଣ୍ଡା)ବିଶେଷଣ -
[ସମ୍ପାଦନା]ବହୁତ —Great; much; many.