Jump to content

ଯବକ୍ଷାର

ଉଇକିଅଭିଧାନ‌ରୁ

ଯବକ୍ଷାର

ଉଚ୍ଚାରଣ

[ସମ୍ପାଦନା]

(ଯବଖାର—ଦେଶଜରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଯବ+କ୍ଷାର=ପାଉଁଶ)

[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଏହା ଦଗ୍ଧ ଯବରୁ ଉତ୍ପନ୍ନ ହୁଏ ବୋଲି କିମ୍ୱା ମତାନ୍ତରରେ ଏହାର ଦାନା (crystal) ସବୁ ଯବ ପରି ଲମ୍ୱା ଥିବାରୁ ଏହାକୁ ଯବକ୍ଷାର କୁହାଯାଏ] ===

୧. ଯବ ଭସ୍ମଜାତ (ବିଶେଷତଃ ଯବଶୂକ ଭସ୍ମଜାତ) କ୍ଷାର —୧. Carbonate of potash; potassium car-


ଅନୁବାଦ

[ସମ୍ପାଦନା]

ଯବନାଳକ (କ), ଯବଶୂକଜ, ଯବାଗ୍ରଜ, ଯବାପତ୍ୟ, ଯବାରିକ, ଯବାହ୍ୱ ଅନ୍ୟରୂପ

bonate.

୨. ସୋରା —୨. Potassium nitrate; nitre.

[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଏହା ଲଘୁ, ସ୍ନିଗ୍ଧ ଓ ଅଗ୍ନିଦୀପକ; ଏବଂ ଶୁଳ, ବାୟୁ, ଆମଦୋଷ, କଫ, ଶ୍ୱାସ, ଗଳରୋଗ, ପାଣ୍ଡୂ, ଅର୍ଶଃ, ଗ୍ରହଣୀ, ଗୁଳ୍ମ, ଆନାହ, ପ୍ଳୀହା ଓ ହୃଦ୍ରୋଗ— ବିନାଶକ ] ===

[ଦ୍ରଷ୍ଟବ୍ୟ —ଯବଧାନର ଶିଂଘ ପୋଡ଼ିକରି ପ୍ରସ୍ତୁତ କ୍ଷାର ପ୍ରକୃତରେ Potassium carbonate; କିନ୍ତୁ ହିନ୍ଦୀରେ, ଓ଼ଡ଼ିଆରେ ଓ ବଙ୍ଗଳାରେ ଯବ— କ୍ଷାରର ନାମାନ୍ତର ସୋରା ବା Potassium Nitrate ହୋଇଅଛି ଗୁହାଳ ଘରର କାନ୍ଥ ଓ ମୂତନଳା ପାଖର କାନ୍ଥ ଯାହାକୁ ଲୋକେ ଲୁଣି ମାରି ଯାଇଥିବା କହନ୍ତି ଓ ଯାହାର ମାଟି ଧଳା ପଡ଼ିଯାଇ ଝୁରୁଝୁରୁ (ଚୂନା) ହୋଇ ଖସି ପଡ଼ୁଥାଏ ତାକୁ ଚାଞ୍ଚି କରି ପାଣିରେ ବତୁରାଇ ରାନ୍ଧିଲେ ହାଣ୍ଡି ତଳେ ଦାନା (ଓଡ଼ିଆ ପଗଡ଼—ସଂସ୍କୃତ - ପ୍ରଗ୍ରହ) ବସିଯାଏ, ତାକୁ ଯବକ୍ଷାର କହନ୍ତି ଯବକ୍ଷାରକୁ ଅଙ୍ଗାର ଓ ଗନ୍ଧକଚୂନା ସଙ୍ଗେ ମିଶାଇଲେ ବାରୁଦ ହୁଏ ଯବକ୍ଷାର ମଧ୍ୟ ଔଷଧରେ ଲାଗେ ପ୍ରସ୍ରାବ ନ ହେଉଥିଲେ ଲାହିମୁଣ୍ଡାରେ ଯବକ୍ଷାର ବୋଳିଲେ ବା ଯବକ୍ଷାର ପାଣି ପିଇଲେ ପ୍ରସ୍ରାବ ହୁଏ)