ଯବଦ୍ୱୀପ
ଯବଦ୍ୱୀପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମ. ପ. ଲୋ; ଯବାକୃତିଦ୍ୱୀପ)
[ସମ୍ପାଦନା]ଭାରତ ମହାସାଗରସ୍ଥ ସୁମାତ୍ରା ଓ ଅଷ୍ଟ୍ରୋଲିଆର ଅନ୍ତର୍ବର୍ତ୍ତୀ ଜାଭାଦ୍ୱୀପ — The J̄ava island in the Indian archipelago.
[ଦ୍ରଷ୍ଟବ୍ୟ —ଏହା ଯବାକାର ଥିବାରୁ ଏହି ଦ୍ୱୀପକୁ ଯବଦ୍ୱୀପ କୁହାଯାଏ; ଯବଦ୍ୱୀପ ବିଷୟ ବାଲ୍ମୀକି ରାମାୟଣରେ ଅଛି ପୂର୍ବକାଳରେ ଯବଦ୍ୱୀପ ସଙ୍ଗେ ଭାରତବର୍ଷର ବାଣିଜ୍ୟ ବିନିମୟ ଥିବାର ଐତିହାସିକ ପ୍ରମାଣ ମିଳୁଅଛି ଭାରତର କଳିଙ୍ଗବାସୀରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଯବଦ୍ୱୀପରେ ଉପନିବେଶ ସ୍ଥାପନ କରିଥିଲେ ଯବଦ୍ୱୀପରେ ଅଦ୍ୟାବଧି ହିନ୍ଦୁ ଦେବାଳୟମାନଙ୍କର ଭଗ୍ନାବଶେଷ ରହିଅଛ ଓଡ଼ିଆ— ମାନେ ପୂର୍ବେ ବୋଇତରେ ଯବଦ୍ୱୀପ ପର୍ଯ୍ୟନ୍ତ ଯାଇ ବାଣିଜ୍ୟ କରୁଥିବାର ମଧ୍ୟ ପ୍ରମାଣ ମିଳୁଅଛି ବର୍ତ୍ତମାନ ଯାଦ୍ଭାବାସୀମାନେ ମୁସଲମାନ୍ ଧର୍ମ୍ମାବଲମ୍ୱୀ, କିନ୍ତୁ ଅଦ୍ୟାପ ଯାଦ୍ଭାଦ୍ୱୀପର ଅଧିବାସୀମାନେ ପ୍ରାଚୀନକାଳରେ କ୍ଳିଙ୍ଗ୍ ବା କଳିଙ୍ଗଦେଶରୁ ଯାଇ ଥିବାର ପରିଚୟ ଦିଅନ୍ତି ଓ ସେଠାରେ ସଂସ୍କୃତ ଭାଷାର ଖୋଦିତ ଲିପିମାନ ମିଳୁଅଛି ଯୋଦ୍ଭା ନିକଟ— ବର୍ତ୍ତୀ ବାଲିଦ୍ୱୀପରେ ବର୍ତ୍ତମାନ ହିନ୍ଦୁ ଅଛନ୍ତି ଓ ହିନ୍ଦୁ ସମାଜସ୍ଥ ଚାରି ଜାତିର ଭେଦ ସେଠାରେ ଅଛି ଯାଭାଦ୍ୱୀପରେ ସଂସ୍କୃତ ଧର୍ମ୍ମ ପୁସ୍ତକ ଓ କବିତାମାନ ମିଳିଅଛି ]