ଯମ ଘଣ୍ଟ
ଦେଖଣା
ଯମ ଘଣ୍ଟ
ଉଚ୍ଚାରଣ
[ସମ୍ପାଦନା]- ୧. ଜ୍ୟୋତିଷୋକ୍ତ ଯାତ୍ରା ନିଷିଦ୍ଧ ବାର ଓ ନକ୍ଷତ୍ରର ଅଶୁଭ ଯୋଗବିଶେଷ — (Astrology) Anauspicious conjunction of some weekdays with certain asterisms.
[ ଦ୍ର— ଏହି ଅଶୁଭ ଯୋଗଗୁଡ଼ିକ ଯଥା ===
ରବିବାରରେ—ମଘା ବା ପୂର୍ବଫାଳ୍ଗୁନୀ ନକ୍ଷତ୍ର
ସୋମବାରରେ—ପୁଷ୍ୟା ବା ଅଶ୍ଳେଷା
ମଙ୍ଗଳବାରରେ—ଜ୍ୟେଷ୍ଠା ବା ଅନୁରୀ ବା ଭରଣୀ
ବୁଧବାରରେ—ହସ୍ତା ବା ଆର୍ଦା
ଗୁରୁବାରରେ—ମୂଳା, ପୂର୍ବାଷାଢ଼ା, ରେବତୀ ବା ଉତ୍ତରଭାଦ୍ରପଦ
ଶୁକ୍ରବାରରେ—ସ୍ୱାତୀ ବା ରୋହଣୀ
ଶନିବାରରେ—ଶ୍ରବଣା ବା ଶତଭିଷା ନକ୍ଷତ୍ରମାନ ପଡ଼ିଲେ ଏହି ଯୋଗ ଘଟେ ଏହି ଯୋଗରେ ଯାତ୍ରା, ବିବାହାଦି ସର୍ବବିଧି କାର୍ଯ୍ୟ ନିଷିଦ୍ଧ ]
- ୨. କାର୍ତ୍ତିକ ଶୁକ୍ଳ ପ୍ରତିପବା (ହିନ୍ଦୀ - ଶ.) —୨. The first day of the bright lunar forthnight of Kārttika.
- ୩. ରାକ୍ଷସ— ବିଶେଷ; ରାବଣର ପୁତ୍ର —୩. The name of a son of demon Rābaṇa
(ଉ— ବାଜଁ କାଳଘଣ୍ଟ ଯମଘଣ୍ଟ ଘଣ୍ଟି ଯମ ଉପଯମ ଭାବି—ଭଞ୍ଜ. ବୈଦେହୀଶବିଳାସ ]