ଯଯାତି
ଯଯାତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଯ=ବାୟୁପରି + ଯା ଧାତୁ= ଗମନ କରିବା+କର୍ତ୍ତୃ. ତି)
[ସମ୍ପାଦନା]ଚନ୍ଦ୍ରବଂଶୀୟ ନହୁଷ ରାଜାଙ୍କ ପୁତ୍ର; ଚନ୍ଦ୍ରବଂଶର ପଞ୍ଚମ ରାଜା —A monarch of the ancient lunar dynasty of India.
[ ଦ୍ର—ପୁରାଣରେ ଅଛି— ଯଯାତି ଏକଦା ମୃଗୟାକୁ ଯାଇ ତୃଷାର୍ତ୍ତ ହୋଇ ଗୋଟିଏ କୂପ ନିକଟରେ ପହଞ୍ଚିଲେ କୂପ ମଧ୍ୟରେ ଗୋଟିଏ ଯୁବତୀ ପଡ଼ିଥିବା ଦେଖି, ତାହାଙ୍କୁ କୂପରୁ କାଢ଼ି ତାଙ୍କର ପ୍ରାଣ ରକ୍ଷା କଲେ ଉକ୍ତ ଯୁବତୀ ଶୁକ୍ରାଚାର୍ଯ୍ୟଙ୍କ ଦୂହିତା ଦେବଯାନୀ କି କାଳ ପରେ ଶୁକ୍ରାଚାର୍ଯ୍ୟଙ୍କ ଅନୁମତି— କ୍ରମେ ଯଯାତି ଦେବଯାନୀଙ୍କୁ ବିବାହ କଲେ ଦେବଯାନୀ ଓ ଯଯାତି ଯାଇ ରାଜଧାନୀରେ ବାସ କଲେ ଦେବଯାନୀଙ୍କ ଗର୍ଭରୁ ଯଦୁ ଓ ତୁର୍ବସୁ ନାମକ ଦୁଇ ପୁତ୍ର ଜନ୍ମ ହେଲେ ଏଣେ ଯଯାତି ଦେବଯାନୀଙ୍କ ପରିଚାରିକା ଦୈତ୍ୟରାଜକନ୍ୟା ଶର୍ମିଷ୍ଠାଙ୍କ ରୂପରେ ମୋହିତ ହୋଇ ତାଙ୍କୁ ଗୋପନରେ ଗାନ୍ଧର୍ବ—ବିବାହ କଲେ ଶର୍ମିଷ୍ଠାଙ୍କ ଗର୍ଭରୁ ଦ୍ରୁହ୍ୟ, ଅନୁ ଓ ପୁରୁ ନାମକ ତିନି ପୁତ୍ର ଜନ୍ମ ହେଲେ ଦେବଯାନୀ ରାଜାଙ୍କର ଏ ଗୁପ୍ତ ବିବାହରେ କ୍ରୁଦ୍ଧ ହୋଇ ରାଜଧାନୀ ତ୍ୟାଗ କରି, ଶୁକ୍ରାଚାର୍ଯ୍ୟଙ୍କ ଆଶ୍ରମକୁ ଯାଇ ପିତାଙ୍କୁ ଏହା କହିବାରୁ ପିତା କ୍ରୁଦ୍ଧ ହୋଇ ଯଯାତିଙ୍କୁ ଅକାଳରେ ଜରାଗ୍ରସ୍ଥ ହେବାକୁ ଅଭିଶାପ ଦେଲେ ପରେ ଯଯାତିଙ୍କ ସ୍ତବରେ ତୁଷ୍ଟ ହୋଇ ତାଙ୍କର ଜରାବସ୍ଥାକୁ ପାତ୍ରାନ୍ତରରେ ସଂସ୍କାମିତ କରି ତହିଁ ବଦଳରେ ସ୍ୱୟଂ ଯୋବନ ଲାଭ କରିବା କ୍ଷମତା ଯଯାତିଙ୍କୁ ଦେଲେ ଶାପପ୍ରବାବରେ ଯଯାତିଙ୍କୁ ଜରା ଆକ୍ରମଣ କରିବାରୁ ଯଯାତି ତାଙ୍କ ଜରାକୁ ପୁଅମାନଙ୍କୁ ଯାଚିଲେ କିନ୍ତୁ ଚାରି ଜଣ ପୁଅ ଏଥିରେ ଅସ୍ୱୀକାର କଲେ କନିଷ୍ଠ ପୁତ୍ର ପୁରୁ ପିତାଙ୍କ ଜରାକୁ ଗ୍ରହଣ କଲେ ଯଯାତି ପୁରୁଙ୍କଠାରେ ପ୍ରସନ୍ନ ହୋଇ ଅନ୍ୟ ପୁତ୍ରମାନଙ୍କୁ ରାଜ୍ୟ ନ ଦେଇ ପୁରୁଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ଯଯାତି ପୁରୁଙ୍କଠାରୁ ଯୌବନ ଗ୍ରହଣ କରି ଏକ ସହସ୍ର ବର୍ଷ ବିଷୟଭୋଗଦ୍ୱାରା ଆତ୍ମାରେ ଶାନ୍ତି ନ ପାଇବାରୁ, ପୁରୁଙ୍କୁ ପୁଣି ଯୌବନ ଫେରାଇ ଦେଇ, ଆପେ ଆପଣାର ଜରାକୁ ଗ୍ରହଣ କରି, ପୁରୁଙ୍କୁ ସିଂହାସନରେ ବସାଇ, ତପଶ୍ଚରଣାର୍ଥ ବାନପ୍ରସ୍ଥ ଅବଲମ୍ୱନ କଲେ ଓ ଦେହାନ୍ତ ହେବାରୁ ସ୍ୱର୍ଗକୁ ଗଲେ ସ୍ୱର୍ଗରେ ଥିବା ବେଳେ ସେ ନିଜର ତପସ୍ୟା ବିଷୟରେ ବଡ଼ାଇ କରିବାରୁ ଇନ୍ଦ୍ରଙ୍କ ଶାପରେ ସ୍ୱର୍ଗଚ୍ୟୁତ ହେଲେ ସ୍ୱର୍ଗରୁ ଚ୍ୟୂତ ଦେବାମାର୍ଗରେ ଅଷ୍ଟକ ନାମକ ଋଷି ଏହାଙ୍କୁ ଅଟକାଇ କରି ପୁଣି ସ୍ୱର୍ଗକୁ ଫେରାଇ ପଠାଇଲେ ହିନ୍ଦୀ - ଶ.]