ଯାଁଚ୍
ଦେଖଣା
ଯାଁଚ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (କଚିରିଆ) ସଂସ୍କୃତ - ଯାଚନ; ହିନ୍ଦିରୁ ଅନୁକୃତ ସେଟଲ୍ମେଣ୍ଟ୍ ଅଫିସ୍ ଭାଷା, ପଶ୍ଚିମା କର୍ମଚାରୀମାନଙ୍କଦ୍ୱାରା ବ୍ୟବହୃତ)
[ସମ୍ପାଦନା]- ୧. ଭୂରାଜସ୍ୱ ବନ୍ଦୋବସ୍ତ ବା ସେଟଲମେଣ୍ଟର ଅମିନମାନଙ୍କଦ୍ୱାରା ମାପ ହୋଇଥିବା କ୍ଷେତ୍ରମାନଙ୍କ ବିବରଣ ଠିକ୍ରୂପେ କାଗଜରେ ଚଢ଼ି ଅଛି କି ନାହିଁ ଏହା ପରଖିବା — ୧. Checking of the maps and records of a surveyor by a higher authority.
- ୨. ତଦାରଖକ —୨. Inspection.
- ୩. ସମୀକ୍ଷଣ; ତନଖୀ; ହିସାବ ଆଦିର ପରୀକ୍ଷା — ୩. Audit; examination of accounts.
- ୪. ମୁକାବିଲା; ତୁଳନା —୪. Comparison.
[ଦ୍ରଷ୍ଟବ୍ୟ — ଓଡ଼ିଶାର ଭୂରାଜସ୍ୱ ସେଟଲ୍ମେଣ୍ଟ୍ (provinncial Settlement) ବିଭାଗରେ କର୍ମ କରୁଥିବା ହିନ୍ଦୁସ୍ଥାନୀ କର୍ମଚାରୀମାନଙ୍କ ବ୍ୟବହୃତ ଯାଁଚ୍ ଶବ୍ଦ ସମ୍ପର୍କରେ ଯାଁଚ ଅଫିସର୍, ଯାଁଚ୍ ଅମିନ, ଯାଁଚ୍ ହାକିମ ଆଦି କେତେଗୁଡ଼ିଏ ଶବ୍ଦ ଭାଷାରେ ପଶିଅଛି ସେଟ୍ ଲମେଣ୍ଟ୍ ଅଫିସ୍ମାନଙ୍କରେ ମଧ୍ୟ ଇଂରାଜୀ ଲେଖାରେ ଏ ଶବ୍ଦ 'Janch' ବ୍ୟବହୃତ ହୋଇଅଛି]