Jump to content

ଯାଉଁଳି

ଉଇକିଅଭିଧାନ‌ରୁ

ଯାଉଁଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଯଥା—ଯାଉଁଳି ପାଲା)

=== ଦେଶଜ - ବିଶେଷ୍ୟ -(ସଂସ୍କୃତ - ଯୁଗଳ).

୧. କାନ୍ଧର ଆଗରେ ଓ ପଛରେ ପକାଇବାର ସୁବିଧା ନିମନ୍ତେ ଖଣ୍ଡେ ଲୁଗାର ଦୁଇ କାନିରେ ବନ୍ଧା ହେବା ଦୁଇଟି ବୁଜୁଳା; ଯୋଡୢ ବୁଜୁଳି — ୧. A double-bagged knapsack put across the shoulder; ୨. packs made at each end of a cloth turned into a bag for facility of carrying it suspended over the shoulder (one bag in the front and one in the back side).

[ଦ୍ରଷ୍ଟବ୍ୟ —ଭିକାରୀ ବ୍ରାହ୍ମଣମାନେ ଭିକ୍ଷାର୍ଜିତ ଚାଉଳକୁ ଓ ପୁରୋହିତମାନେ ଯଜମାନଙ୍କଠାରୁ ପ୍ରାପ୍ତ ତଣ୍ଡୁଳାଦିକୁ ଯାଉଳି କରି କାନ୍ଧରେ ବୁହାଇ ଘରକୁ ଆଣନ୍ତି ବ୍ରତ ବେଦୀରୁ ବ୍ରହ୍ମଚାରୀ ବାଳବ ରୋଷିଆଣି କରି ଗଲାବେଳେ କାନ୍ଧିରେ ଯାଉଁଳି ପକାଇ କରି ଯାଏ]

୨. ସମ— ଶ୍ରେଣୀର ଦୁଇଗୋଟି ବା ଯୋଡ଼ି —୨. A pair; a couple.

(ଯଥା—ଯାଉଁଳ ଜନ, ଯାଉଁଳି ବେତ ଇତ୍ୟାଦି)

୩. ଯୁଗ୍ମ ମଧ୍ୟରୁ ଏକତର —୩. One of a pair; counterpara.

ବିଶେଷଣ -

[ସମ୍ପାଦନା]
୧. ସମଶ୍ରେଣୀୟ ଏକତ୍ରାବସ୍ଥିତ ଦୁଇଟି ବସ୍ତୁ) —୧. Arranged in a pair; consisting of a pair.

(ଯଥା—ଯାଉଁଳି ଘୋଡ଼ା, ଯାଉଁଳି କବାଟ)

୨. ଏକ ସମୟରେ ଘଟିବା ଦୁଇ ସଂଖ୍ୟକ; ଯୁଗ୍ମ; ଦୁଇ —୨. Consisting of two things happening at one and same time, simultaneously taking place. (two things).