ଯାଜକ
ଦେଖଣା
ଯାଜକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଯଜ୍. ଧାତୁ=ଯଜ୍ଞ କରିବା; ପୂଜା କରିବା+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ହୋତା; ଯାଜ୍ଞିକ —୧. Performer of sacrifices.
- ୨. ଋତ୍ୱିକ୍; ପୁରୋହିତ —୨. A priest; a person who officiates for a principal at a sacrifice.
- ୩. ରାଜହସ୍ତୀ — ୩. A king's elephant.
- ୪. ମତ୍ତହସ୍ତୀ —୪. An elephant in rut.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧର୍ମପ୍ରଚାରକ — A missionary.
[ଦ୍ରଷ୍ଟବ୍ୟ —ଋତ୍ୱିକ୍ ଶବ୍ଦର ଅର୍ଥ ପୁରୋହିତ ଯଜ୍ଞର ମୋଷ ପୁରୋହିତ ଚାରିଜଣ, ହୋତା, ଅଧ୍ୱର୍ଯ୍ୟୁ, ବ୍ରାହ୍ମା, ଉଦ୍ଗାତା ଏହାଙ୍କର ପ୍ରତ୍ୟେକଙ୍କର ଅଧୀନ ତିନିଜଣ ଋତ୍ୱିକ୍ ଥାଆନ୍ତି ଏମାନଙ୍କର ମଧ୍ୟରୁ କେତେକ ଋଗ୍ୱେଦୀ, କେତେକ ଯଜୁର୍ବେଦୀ କେତେକ ସାମବେଦୀ ଓ କେତେକ ଅଥର୍ବବେଦୀ ଏତଦ୍ଭିନ୍ନ ଅଥର୍ବବେଦରେ ଆହୁରି ୭ଜଣ ଯାଜକଙ୍କ ନାମ ମିଳେ ସାଧାରଣତଃ ବେଦରେ 'ସପ୍ତହୋତା' ଙ୍କର ନାମ ଦେଖାଯାଏ, ଯଥା—
- ୧. ଯଜମାନ—ଯେ ଯଜ୍ଞର ଅନୁଷ୍ଠାନ କରନ୍ତି, ୨ ହୋତା—ଯେ ମନ୍ତ୍ର ପାଠ କରନ୍ତି, ୩ ଉଦ୍ଗାତା—ଯେ ମନ୍ତ୍ର ଗାନ କରନ୍ତି, ୪ ପୋତା—ଯେ ହବ୍ୟ ପ୍ରସ୍ତୁତ କରନ୍ତି, ୫ ନେଷ୍ଟା—ଯେ ହବ୍ୟଙ୍କୁ ଅଗ୍ନିରେ ନିକ୍ଷେପ କରନ୍ତି, ୬ ବ୍ରହ୍ମା—ଯେ ସମୁଦାୟ ବିଷୟର ତତ୍ତ୍ୱାବଧାନ କରନ୍ତି, ୭ ରକ୍ଷ—ଯେ ଦ୍ୱାର ରକ୍ଷା କପନ୍ତି]