ଯାଜ୍ଞବଳ୍କ
ଯାଜ୍ଞବଳ୍କ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ପୁଂ— (ଯଜ୍ଞବଲୁ=ମୁନି+ଅପତ୍ୟାର୍ଥେ. ଯ; ଅ)
- ୧. ଶୁକ୍ଳ ଯଜୁର୍ବେଦ ବା ପାଜସନେୟୀ ସଂହିତାର ଆଚାର୍ଯ୍ୟ ଋଷି —୧. Name of a vedic sage.
[ଦ୍ରଷ୍ଟବ୍ୟ —ଏ ପ୍ରଥମେ ବୈଶମ୍ପାୟନଙ୍କ ଶିଷ୍ୟ ଥିଲେ ଏକଦା କୌଣସି କାରଣରୁ ବୈଶମ୍ପାୟନ ଏହାଙ୍କଠାରେ ଅପ୍ରସନ୍ନ ହୋଇ ଏହାଙ୍କୁ କହିଲେ 'ତୁମ୍ଭେ ଆମ୍ଭଠାରୁ ଯାହା ଶିକ୍ଷା ଲାଭ କରିଛ ତାହା ଫେରାଇ ଦିଅ ଏହା ଶୁଣି ଯାଜ୍ଞବଳ୍କ୍ୟ
ଗୁରୁଙ୍କଠାରୁ ପଢ଼ିଥିବା ପାଠମାନ ବାନ୍ତି କରିପାକାଇଲେ ଓ ବାନ୍ତି ବିଦ୍ୟାମାନଙ୍କୁ ବୈଶମ୍ପାୟନଙ୍କ ଅନ୍ୟ ଶିଷ୍ୟମାନେ ତିତ୍ତିରୀ ପକ୍ଷୀରରୂପ ଧାରଣ କରି ଖୁଣ୍ଟି ନେଲେ ଏହି ଶିଷ୍ୟମାନଙ୍କ ପ୍ରଚାରିତ ଶାଖା ଓ ସଂହିତା ତୈତ୍ତିରୀୟ' ନାମରେ ଖ୍ୟାତ ହେଲା ତତ୍ପରେ ଯାଜ୍ଞବଲ୍ୟ ସୂର୍ଯ୍ୟଙ୍କୁ ଉପାସନାଦ୍ୱାରା ସନ୍ତୁଷ୍ଟ କରିବାରୁ ସୂର୍ଯ୍ୟ ଅଶ୍ୱରୂପ ଧାରଣ କରି ଏହାଙ୍କୁ ଶୁକ୍ଳ ଯଜୁର୍ବେଦ କହିଥିଲେ ଓ ଏ ଶୁକ୍ଳଯଜୁର୍ବ୍ୱେଦକୁ ପୃଥିବୀରେ ଅବତାରଣା କଲେ 'ଯଜୁଃ' ତଳେ ନୋଟ୍ ଦେଖ]
- ୨. ରାଜା ଜନକଙ୍କ ସଭାସ୍ଥ ଜଣେ ଋଷି —୨. Name of a sage of the court of king Janaka.
(ଦ୍ର—ମୈତ୍ରେୟୀ ଓ ଗାଗୀ ଏହାଙ୍କ ପତ୍ନୀ ଥିଲେ ହିନ୍ଦୀ - ଶ.)
- ୩. ଧର୍ମସଂହିତାକାର ଋଷିବିଶେଷ —୩. Name of a Hindu lawgiver.
(ଦ୍ର—ଏହାଙ୍କ ରଚିତ ଦାୟ— ଭାଗ ଗୋଟିଏ ପ୍ରସିଦ୍ଧ ହିନ୍ଦୁସ୍ମୃତି ଅଟେ—ହିନ୍ଦୀ - ଶ.)