ଯାତ୍ରା ଭାଙ୍ଗିବା
ଦେଖଣା
ଯାତ୍ରା ଭାଙ୍ଗିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଯାତ୍ରା ଓ ନାଟ ଆଦିରେ ରୁଣ୍ଡ ହୋଇ— ଥିବା ଲୋଙ୍କର ଗହଳି କ୍ରମଶଃ କମିବା — ୧. The melting of the crowd in a festival or pantomime.
- ୨. ଥରେ ଅନୁକୂଲରେ କରା ଯାଇଥିବା ଯାତ୍ରା ସେହି ସମୟରେ ବା ପରେ ଦୃଷ୍ଟ ଅଶୁଭ ଘଟଣା ବା ଦୃଶ୍ୟଦ୍ୱାରା ବିଗିଡ଼ିବା — ୨. The frustration of an auspicious starting by some inauspicious omen or sight.
[ଦ୍ରଷ୍ଟବ୍ୟ —ଯାତ୍ରା କରିବା ସମୟରେ ତେଲ ବୋଝ ଘେନି ଆସୁଥିବା ତେଲି, କଳି କରୁଥିବା ବିରାଡ଼ି, ସାପ, ଖାଲି ମାଠିଆ, ରଜସ୍ୱଳା ସ୍ତ୍ରୀ, ଏକାକୀ ବ୍ରାହ୍ମଣ ଦେଖିଲେ ବିଲୁଆ, ଜଳପୂର୍ଣ୍ଣ କୁମ୍ଭ, ଦହି, ମାଛ, ଶଙ୍ଖ— ଚିଲ, ଭଦଭଦଳିଆ ଚଢ଼େଇ ଆଦି ଦେଖିଲେ ଯାତ୍ରା ଶୁଭ— କର ହୁଏ ବୋଲି ଲୋକବିଶ୍ୱାସ ଅଛି ଏ ସମ୍ୱନ୍ଧେ ଗୁଡ଼ିଏ ଲୌକିକ ଓ ଶାସ୍ତ୍ର ବଚନ ମଧ୍ୟ ଦେଖାଯାଏ ଏପରି ଅଶୁଭ ଘଟଣା ଦେଖିଲେ ସେ ଯାତ୍ରାକୁ ଫେରାଇବ, ଅର୍ଥାତ ସେହିଠାରୁ ଫେରି ଆସି ଆଉ ଥରେ ଶୁଭ ଲକ୍ଷଣ ଓ ଯୋଗ ଦେଖି ଯାତ୍ରା କରିବ
ଏ ସମ୍ୱନ୍ଧେ କେତେକ ବଚନ— ବାମେ ଶବ ଶିବା କୁମ୍ଭାଃ, ଦକ୍ଷିଣେ ଗୋ ମୃଗ ଦ୍ୱିଜାଃ, ନକୁଳଃ ସର୍ବକାର୍ଯାୟର୍ହିଃ ଅହିଃ ସର୍ବତ୍ର ବାଧ୍ୟତେ ବାଡ଼ି ଠୁକୁ ଠୁକୁ କାନ ଲୁଡ଼କା , ବାଟେ ଦ୍ୱିଦବର ଦେଖିବ ଏକା, ପାଆକେ ଗୁଡ଼ିଆ ଲୋଶକେ ତେଲି, ବାପଘର ହେଲେ ନ ଯିବ ପେଲି]