Jump to content

ଯାତ୍ରୀ ଗୁମାସ୍ତା

ଉଇକିଅଭିଧାନ‌ରୁ

ଯାତ୍ରୀ ଗୁମାସ୍ତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଯାତ୍ରୀ+ଫାରାସୀ - ଗୁମାଶ୍ତାହ୍)

[ସମ୍ପାଦନା]

ତୀର୍ଥସ୍ଥାନକୁ ଯାତ୍ରା ଆଣିବା ପାଇଁ ପଣ୍ଡାଙ୍କ ପକ୍ଷରୁ ପ୍ରେରିତ ପ୍ରତିନିଧି —Itinerant agents of paṇḍās who visit the paṇḍās pilgrims at theior homes and bring them to,

them to the pilgrim-centre; pilgrim-recruiter; pilgrim-hunter.

[ଦ୍ରଷ୍ଟବ୍ୟ —ସାଧାରଣତଃ ପଣ୍ଡାଶ୍ରେଣୀୟ ଲୋକମାନେ ଏ କାର୍ଯ୍ୟ କରନ୍ତି ନାହିଁ; ବ୍ରାହ୍ମଣ, କରଣ ଓ ଶୂଦ୍ରଜାତୀୟ ଲୋକଙ୍କୁ ପଣ୍ଡାମାନେ ଏ କର୍ଯ୍ୟରେ ନିଯୁକ୍ତ କରନ୍ତି ଏମାନେ ପଣ୍ଡାଙ୍କଠାରୁ ଦରମା, ଯାତାୟତ ଖରଚା ଓ କମିସନି ପାଆନ୍ତି ଗୁମାସ୍ତାମାନେ ଭାରତର ବିଭିନ୍ନ ଅଞ୍ଚଳମାନ ବୁଲି ନିଜନିଜର ପଣ୍ଡାଙ୍କ ଯାତ୍ରୀମାନଙ୍କ ସଙ୍ଗେ ସେମାନଙ୍କ ବାସସ୍ଥାନରେ ଦେଖା କରି ସେମାନଙ୍କୁ ମହାପ୍ରସାଦ ଉପତୌକନ ଦେଇ ସେମାନଙ୍କୁ ତୀର୍ଥକୁ ଆଣନ୍ତି; ଓ ଯାତ୍ରୀ— ମାନେ ତୀର୍ଥକୁ ଆସି ଆପଣା ପଣ୍ଡାଠାରୁ ଧାର ନେବା ଧନ ପରେ ଯାତ୍ରୀଙ୍କଠାରୁ ତାଙ୍କ ଦେଶରୁ ଆଦାୟ କରି ଆଣନ୍ତି ଏମାନେ ଅନ୍ୟ ପଣ୍ଡାର ଯାତ୍ରୀମାନଙ୍କୁ ମଧ୍ୟ ଫୁସଲାଇ କରି ଆପଣା ପଣ୍ଡାଙ୍କ ନିକଟକୁ ଆଣନ୍ତି ଏହି ପଦ୍ଧତିକୁ ଧୂଳିଆ ବା ଭାଙ୍ଗୁଣିଆ ମାରିବା ବୋଲାଯାଏ ଏକ ପଣ୍ଡାର ଗୁମାସ୍ତା ବାଟରେ ଅନ୍ୟ ପୁଣ୍ଡାର ଆସୁଥିବା ଯାତ୍ରୀଙ୍କ ସଙ୍ଗେ ଧରି ତାଙ୍କୁ ପୁସୁଲାଇ ଭଙ୍ଗାଇ ନେବାର ଭୟ ଦେଖାଇ ଉକ୍ତ ଯାତ୍ରୀଙ୍କ ପଣ୍ଡା ଠାରୁ କମିସନି ଆଦାୟ କରନ୍ତି ଏପରି କରିବା ଲୋକଙ୍କୁ ଭଗାରି ବା ଭାଗାରି ବୋଲାଯାଏ]