Jump to content

ଯାତ୍ରୀ ବୃତ୍ତ

ଉଇକିଅଭିଧାନ‌ରୁ

ଯାତ୍ରୀ ବୃତ୍ତ

ଉଚ୍ଚାରଣ

[ସମ୍ପାଦନା]

ଯାତ୍ରୀପେଶା, ଯାତ୍ରୀବ୍ୟବସାୟ ଅନ୍ୟରୂପ

ଯାତ୍ରୀବୁରୁତ, ଯାତ୍ରୀବୃତ, ଯାତ୍ରୀବେଉଶା ଗ୍ରାମ୍ୟ - ରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯାତ୍ରୀ ଓ ବୃତ୍ତି)

[ସମ୍ପାଦନା]
୧. ଯାତ୍ରୀମାନଙ୍କ ଠାରୁ ପାଇବା ଧନଦ୍ୱାରା ଜୀବିକାନିର୍ବାହ; ପଣ୍ଡାଗିରି —୧. The profession of subsisting on the earnings from pilgrims, as a 'Paṇḍā'
୨. ଯାତ୍ରୀଗୁମାସ୍ତାଗିରି; ଯାତ୍ରୀସଂଗ୍ରହାର୍ଥ ପଣ୍ଡାମାନଙ୍କର ପ୍ରତିନିଧି ସ୍ୱରୁପ ଦେଶବିଦେଶ ବୁଲି ଜୀବିକା ନିର୍ବାହ କରିବା — ୨. The profession of a pilgrim-hunter
or pilgrim-recruiter.

[ ଦ୍ର—ଏହି ଯାତ୍ରୀବୃତ୍ତି ବା ଯାତ୍ରାଗୁମାସ୍ତିଗାରି କରି ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାର ବହୁ ଶତ ବ୍ୟକ୍ତି ଜୀବିକା ନିର୍ବାହ କରୁଅଛନ୍ତି ପୂର୍ବେ ରେଳ ଆଦି ନ ଥିବା ସମୟରେ ମଧ୍ୟ ଯାତ୍ରୀଗୁମାସ୍ତାମାନେ ଭାରତରେ ଶେଷ ସୀମା (କାଶ୍ମୀର, ନେପାଳ, ବ୍ରହ୍ମଦେଶ, ରାମେଶ୍ୱର ଆଦି) ପର୍ଯ୍ୟନ୍ତ ଯାଇ ଯାତ୍ରୀ ଆଣୁଥିଲେ ଓ ବର୍ତ୍ତମାନ ରେଳ ହେବାଦ୍ୱାରା ସହ୍ୱସ୍ରାଧିକ ଗୁମାସ୍ତା ଏହି ବୁତ୍ତି ଅବଲମ୍ୱନ କରିଅଛନ୍ତି ଯାତ୍ରୀ ଗୁମାସ୍ତାମାନେ କେବଳ ଯେ ଯାତ୍ରୀ— ମାନଙ୍କ ଦେଶକୁ ଯାଆନ୍ତି ତାହା ନୁହେ, ଏମାନେ ବଡ଼ ବଡ଼ ମେଳାକୁ (ଯଥା—ହରିଦ୍ୱାରକୁ କୁମ୍ଭମେଳ ସମୟରେ, ହରିହରି ଛତ୍ରକୁ, ଗୟାଠାକୁ ଶ୍ରାଦ୍ଧ ସମୟରେ) ଯାଇ ଟାକି ବସିଥାଆନ୍ତି ଓ ସେଠାରେ ସେମାନେ ଯାତ୍ରୀ— ମାନଙ୍କୁ ପ୍ରବର୍ତ୍ତାଇ ନିଜନିଜର ପଣ୍ଡା ପାଇଁ ଯାତ୍ରୀ ସଂଗ୍ରହ କରନ୍ତି ଗୁମାସ୍ତାମାନେ ପଣ୍ଡାମାନଙ୍କ ପକ୍ଷରୁ ଯାତ୍ରୀ ସଂଗ୍ରହ କରିବା ପାଇଁ ଦେଶ ଭ୍ରମଣ କରିବାକୁ 'ବାଟକୁ ଯିବା' ବୋଲାଯାଏ ଏବଂ ପୁରୀକ ରେଳ ଲାଗି ନ ଥିବା ସମୟରେ ଅଧିକାଂଶ ଗୁମାସ୍ତା ବଙ୍ଗଦେଶକୁ ଯାଉ— ଥିବାରୁ ଯାତ୍ରୀ ଗୁମାସ୍ତାଙ୍କର ପରିଭ୍ରମଣାର୍ଥ ବିଦେଶବାସକୁ 'ବଙ୍ଗଳାବାଟ କରିବା, ବୋଲାଯାଏ ଢଗରେ ଅଛି— ଏହି ପେଟ ? ଏହି ପେଟ ଲାଗି ନଟପଟ , ଏହି ପେଟଲାଗି ଧାନକୁଟ, ଏହି ପେଟ ଲାଗି 'ବଙ୍ଗଳା ବାଟ' ଏହି ଗୁମାସ୍ତାମାନେ ବିଦେଶରେ 'ପଣ୍ଡା' ନାମରେ ଅଭିହିତ ହୁଅନ୍ତି ପୁରୀର ପଣ୍ଡାମାନଙ୍କ ଗୁମାସ୍ତାମନେ ଯାତ୍ରୀ— ସଂଗ୍ରହାର୍ଥ ମେଳା ଓ ତୀର୍ଥ ସ୍ଥାନମାନଙ୍କରେ (ଯଥା— କାଳୀଘାଟ, ଗୟା, ପ୍ରୟାଗ, କାଶୀ, ବୃନ୍ଦାବନ, ମଥୁରା, କୁରୁକ୍ଷେତ୍ର, ଦ୍ୱାରକା, ହରିଦ୍ୱାର, ବାବା ବୈଦ୍ୟନାଥ, ରାମେଶ୍ୱର ଆଦି ତୀଥ ରେ) ମାସେ ମାସେ, ଦୁଇ ଦୁଇ ମାସ ଅପେକ୍ଷାକରି ଜଗି ବସନ୍ତି ଓ ସେମନଙ୍କୁ ନିଜ ନିଜର ପଣ୍ଡା— ମାନେ ଖୋରାକି ଓ ଦରମା ଯୋଗାଉ ଥାଆନ୍ତି ପୁରିଜିଲ୍ଲାର ରାହାଙ୍ଗ ଶାସନର ଅନେକ ବ୍ରାହ୍ମଣ ଓ ପୁରୀର, କଟକର ଅନେକ ବ୍ରାହ୍ମଣ ଓ କରଣ ଏହି ଗୁମାସ୍ତାଗିର କରି ଆଚ୍ଛା ପଣେ କାହାଣେ ଆୟକରି ଚଳିବା ଭଳି ସମ୍ପତ୍ତି କରିବାକୁ ସମର୍ଥ ହୋଇ ଅଛନ୍ତି ଆଉ ଏକ ଶ୍ରେଣୀର ଯାତ୍ରୀ ଗୁମାସ୍ତା ଅଛନ୍ତି,ଯେ ସେମାନେ ପୁରୀ, କଟକ, ବାଲେଶ୍ୱର, ଜଟଣୀ— ଆଦି ରେଳ ଷ୍ଟେଶନ୍ମାନ ବୁଲି ଆପଣା ଆପଣା ପଣ୍ଡାଙ୍କ ପାଇଁ ଯାତ୍ରୀ ସଂଗ୍ରହର ଉଦ୍ୟମର ଥଆନ୍ତି ଓ ସେଥିରେ ଅକୃତକାର୍ଯ୍ୟ ହେଲେ 'ଧୂଳିଆ ମାରନ୍ତି ବା 'ଭଗାରି ହଅନ୍ତି' ପଣ୍ଡାମାନଙ୍କର ଯେଉଁ 'ଯାତ୍ରୀଖାତା' ମାନ ଥାଏ ସେଥିରେ ଯେଝା ଜଜମାନୀ ରାଜ୍ୟର ସୀମା ମଧ୍ୟସ୍ଥ ରାଜା ମହାରାଜଠାରୁ କୃଷକ ପର୍ଯ୍ୟନ୍ତ ସମସ୍ତଙ୍କର ନାମଧାମ ଲେଖାଥାଏ ଓ କୌଣସି ଯାତ୍ରୀକୁ ଦେଖିବା ମାତ୍ରେ ଗୁମାସ୍ତା— ମାନେ ଉକ୍ତ ଯାତ୍ରୀ ତାଙ୍କ ପଣ୍ଡାଙ୍କ ଇଲାକାଭୁକ୍ତ କି ନୁହେଁ, ତାହା ଉକ୍ତ ଖାତାର ସାହାଯ୍ୟରେ ଠିକଣା କରି ପାରନ୍ତି]