Jump to content

ଯାପ୍ୟ

ଉଇକିଅଭିଧାନ‌ରୁ

ଯାପ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଯାପି ଧାତୁ+କର୍ମ ଯ)

[ସମ୍ପାଦନା]
୧. ଅଧମ; ନିନ୍ଦନୀୟ; ହେୟ; ଘୃଣ୍ୟ —୧. Contemptible; blame- worthy.
୨. ଯାପନୀୟ —୨. Requiring to be spent or passed.
୩. ଅତିବାହନୀୟ;
ଯେଉଁ ରୋଗକୁ ନିଃଶେଷରୂପେ ଆରୋଗ୍ୟ କରା ଯାଇ ନ ପାରେ, କିନ୍ତୁ ଦବାଇ ରଖା ଯାଇ ପାରେ — ୩. Passable; not capable of being redically cured, but capable of being alleviated to continue in a tolerably mild form.

[ଦ୍ରଷ୍ଟବ୍ୟ —ରୋଗକ୍ରିୟାପଦ - ବିଧ ଯଥା—ସାଧ୍ୟ, ଯାହା ଔଷଧାଦି ପ୍ରୟୋଗଦ୍ୱାରା ଭଳ ହୁଏ; ଅସାଧ୍ୟ—ଯାହା ଆଦୌ ଭଳ ହୁଏ ନାହିଁ; ଯାପ୍ୟ—ଯାହା ମୂଳରୁ ନଷ୍ଟ ହୁଏ ନାହିଁ, କିନ୍ତୁ ଔଷଧାଦି ପ୍ରୟୋଗଦ୍ୱାରା ଦେହରେ ଚାପି ରଖି ହୁଏ ଓ ଔଷଧ ପ୍ରୟୋଗ ନ କଲେ ବା ସାବଧାନ ନ ରହିଲେ ଯାହା ପୁଣି ମାତି ଉଠେ]

୪. ଗୋପନୀୟ — ୪. Secret.
୫. ଆବରଣୀୟ —୫. To be covered.
୬. ତାଡ଼ନୀୟ; ଦୂରୀକରଣୀୟ — ୬. To be expelled or ejected.
୭. ନଗଣ୍ୟ — ୭. Trifling; unimportant.
୮. ରକ୍ଷଣୀୟ— (ହିନ୍ଦୀ - ଶ.) —୮. To be protected.